୧୦ରୁ କୁଶ ପଟ୍ଟନାୟକ ମେମୋରିଆଲ ଫୁଟ୍ବଲ୍ 


ଆନନ୍ଦପୁର: ଆନନ୍ଦପୁର କ୍ରୀଡା ସାଂସଦ ଆନୁକୂଲ୍ୟରେ ଷ୍ଟାଡିୟମ ପଡିଆରେ ଆସନ୍ତା ୧୦ ତାରିଖରୁ କୁଶ ପଟ୍ଟନାୟକ ମେମୋରିଆଲ ଫୁଟବଲ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଂଟରେ ମୋଟ ୮ ଗୋଟି ଟିମ ଭାଗ ନେଉଥିବାବେଳେ ପ୍ରଥମ ସେମିଫାଇନାଲ ମ୍ୟାଚ ଫେବୃଆରୀ ୧୪ ଏବଂ ଦ୍ୱିତୀୟ ସେମିଫାଇନା ମ୍ୟାଚ ୧୫ ତାରିଖରେ ଅନୁଷ୍ଠିତ ହେବ । ସେହିପରି ୧୬ ତାରିଖ  ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁଶ ପଟ୍ଟନାୟକ ମେମୋରିଆଲ ସମ୍ପାଦକ ନବରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । କ୍ରୀଡା ସଂସଦ ଉପସଭାପତି ନିରାକାର ଦଳେଇ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ରମେସ ସିଂ, ଅକ୍ଷୟ ମହାନ୍ତି, ଅଶୋକ ରାଉଳ, ମୁରଲୀଧର ମିଶ୍ର, ଗଗନ ସିଂ, ହାଡିବନ୍ଧୁ ଖୁଣ୍ଟିଆ, ସୁଦର୍ଶନ ରଣା, ଅଜୟ ସେଠୀ, ଜ୍ୟୋତି ରଞ୍ଜନ ଜେନା, ମିଲୁ ମିଶ୍ର, ଆଦିକାନ୍ଦ ମହାକୁଡ଼, ମନୋରଞ୍ଜନ ସିଂ ବୁଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।