ଏମ୍ସିଏଲ୍ ପକ୍ଷରୁ ଆଶ୍ୱାସନା ପୌଷ୍ୟ ଯୋଜନା

 ସମ୍ବଲପୁର : ମହାନଦୀ କୋଇଲା କମ୍ପାନୀକ ଏମ୍ସିଏଲ୍ ପକ୍ଷରୁ ଆଶ୍ୱାସନା ଟ୍ରଷ୍ଟ ଜରିଆରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପଦକ୍ଷେପରେ ୫୦ ଜଣ ଅସହାୟ ବାଳିକାଙ୍କୁ ଆନୁଷ୍ଠାନିକ ଭାବେ ପୌଷ୍ୟ ସନ୍ତାନ ରୂପେ ଗ୍ରହଣ କରାଯାଇଛି । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଆଶ୍ୱାସନା ଟ୍ରଷ୍ଟ ପିତୃମାତୃହୀନ ଅସ୍ୱଚ୍ଛଳ ବର୍ଗର କନ୍ୟା ଓ ବାଳିକାମାନଙ୍କୁ ସହାୟତା ଦେବା ପାଇଁ କାର୍ଯ୍ୟ କରି ଆସୁଛି । ଏଥିରେ ସେମାନଙ୍କର ଯତ୍ନ ସହିତ ଶିକ୍ଷା ପାଇଁ ସହାୟତା ପ୍ରଦାନ କରାଯାଉଛି । ଏହି ଯୋଜନାରେ ବିଭିନ୍ନ ପର୍ଯ୍ୟାୟରେ ଉକ୍ତ ବାଳିକାମାନଙ୍କୁ ଯଥାକ୍ରମେ  ହଜାର ଟଙ୍କା, ୨ ହଜାର ଟଙ୍କା ଓ ୪ ହଜାର ଟଙ୍କା ବୟସ ଅନୁପାତରେ ପ୍ରଦାନ କରାଯାଉଛି । ଏମ୍ସିଏଲ୍ ପକ୍ଷରୁ ଏଥିପାଇଁ ୫୦ ଜଣ ଅସହାୟ ବାଳିକାଙ୍କୁ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ସକାଶେ ଟ୍ରଷ୍ଟକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଝାରସୁଗୁଡ଼ା ଠାରେ ଅନୁଷ୍ଠିତ ଏହି ପୌଷ୍ୟ ଗ୍ରହଣ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ,ଏମ୍ସିଏଲ୍ର ଅବଧ କିଶୋର ପାଣ୍ଡେ ଉପସ୍ଥିତ ଥିଲେ । ସମାଜରେ ଅନୁକୂଳ ପରିବର୍ତ୍ତନ ପାଇଁ ସିଏସ୍ଆର୍ ଜରିଆରେ ଏମ୍ସିଏଲ୍ କାର୍ଯ୍ୟ କରି ଆସୁଛି ।