ଟ୍ରାକ୍ଟର ଓଲଟି ୩ ମୃତ
ଗୁଣୁପୁର: ଶୁକ୍ରବାର ଇଟା ବୋଝେଇ ଟ୍ରାକ୍ଟର ଓଲଟି ୩ ଜଣ ଶ୍ରମିକଙ୍କ ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗୁଲୁମୁଣ୍ଡାପାକା ନିକଟ ମୁଖ୍ୟରାସ୍ତାରେ ଟ୍ରାକ୍ଟର ଓଲଟି ପଡ଼ିଛି । ଏଥିରେ ବସିଥିବା ୩ ଜଣ ଶ୍ରମିକଙ୍କ ମୃତୁ୍ୟ ହୋଇଥିବାବେଳେ ଚାଳକଙ୍କ ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଗୁଣୁପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।