୨୭ ତମ ଟୁସୁ ମହୋତ୍ସବ 

  ବେତନଟୀ: ମୟୁରଭଞ୍ଜର ଗଣପର୍ବ ମକର ସଂକ୍ରାନ୍ତି ଅବସରରେ ବେତନଟୀ, ବଡ଼ସାହି ସୀମାନ୍ତ ଅଞ୍ଚଳ ମହୁଲିଆ ବନ୍ଧ ଠାରେ ନିର୍ମଳ ଟୁସୁ ମହୋତ୍ସବ କମିଟି ମହୁଲିଆ ଆନୁକୂଲ୍ୟରେ ୨୭ତମ ଟୁସୁ ମହୋତ୍ସବ ସଭାପତି ଉମାକାନ୍ତ ମହାନ୍ତଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ  ଗ୍ରାମର ବୟସ୍କ ମହିଳା ବୈଶାଖୀ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ଟୁସୁ କମିଟିର ଉପଦେଷ୍ଟା ଭକ୍ତ ହରି ମୁର୍ମୁଙ୍କୁ ସମ୍ମାନିତ ଅତିଥି ଏବଂ ଗ୍ରାମର ସର୍ବୋଚ୍ଚ ଶିକ୍ଷିତ ବ୍ୟକ୍ତି ଝୁମର ଗବେଷକ ଡ଼କ୍ଟର ରମାକାନ୍ତ ମହାନ୍ତଙ୍କୁ ମୁଖ୍ୟ ବକ୍ତା ଏବଂ ସାମ୍ବାଦିକ ଗତିକୃଷ୍ଣ ମହାନ୍ତଙ୍କୁ ସମ୍ମାନିତ ବକ୍ତା ଭାବେ ଯୋଗଦାନ କରିଥିଲେ । ଗବେଷକ ଡ଼କ୍ଟର ରମାକାନ୍ତ ମହାନ୍ତ ଯୋଗଦାନ କରି ଟୁସୁ ଦେବୀ ନାରୀ ଜାତିର ଗର୍ବ ଏବଂ ଗୌରବ, ନାରୀର ଇଜ୍ଜତ ନିଜ ଜୀବନ ଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଏହା ପ୍ରମାଣିତ କରିଥିଲେ ହିନ୍ଦୁ ରମଣୀ ଟୁସୁମିନି ବୋଲି କହିଥିଲେ । ସ୍ୱାଗତ ଭାଷଣ ଟୁସୁ କମିଟିର ସମ୍ପାଦକ ଦୈତାରୀ ମହାନ୍ତ ପ୍ରଦାନ କରିଥିବାବେଳେ ମହୁଲିଆ ସ୍କୁଲ ଚେୟାରମ୍ୟାନ ଭୀମ ଚରଣ ମହାନ୍ତ ଧନ୍ୟବାଦ ପ୍ରଦାନ କରିଥିଲେ । ମହୋତ୍ସବ କାର୍ଯ୍ୟକ୍ରମକୁ ସଂଯୋଜନା ଏବଂ ପରିଚାଳନା କରିଥିଲେ ନିର୍ମଳ ସମାଜର ସମ୍ପାଦକ ଶ୍ରୀକାନ୍ତ ମହାନ୍ତ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଟୁସୁ ମେଢ଼ ଗୁଡିକ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ବିଜୟୀ ହୋଇ ପୁରସ୍କାର ଲାଭ କରିଥିବା ଟୁସୁ ମେଢ଼ ଗୁଡିକ ହେଉଛି, ତୁଳସୀଚଉରା, ଆଗୁଆଡ ଆଡ଼, ପୁରିନ୍ଦା, ଯୋଗିନୁଆ, ଖସାଡ଼ିହି ଏବଂ ହାତୀକୁଟ । ସନ୍ଧ୍ୟାରେ ଅଧ୍ୟାପିକା ମାମିନା ମହାନ୍ତଙ୍କ ନିଦେ୍ର୍ଦଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ମହୁଲିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଇକୋ କ୍ଲବର ଛାତ୍ରୀମାନେ ଯଥା ଭାଗ୍ୟଶ୍ରୀ ମହାନ୍ତ, ମମତା ମହାନ୍ତ, ଜ୍ୟୋସ୍ନାରାଣୀ ମହାନ୍ତ, ପୁଷ୍ପଲତା ମହାନ୍ତ, ପାପୁନି ମହାନ୍ତ । ଏହି କାର୍ଯ୍ୟକ୍ରମରେ ରତିକାନ୍ତ ମହାନ୍ତ, ବେଣୁଧର ମହାନ୍ତ, ଦୁର୍ଗା ମହାନ୍ତ, ଲୋକନାଥ ମହାନ୍ତ, ମଦନମୋହନ ମହାନ୍ତ, ପିଣ୍ଟୁ ମହାନ୍ତ, ସାନ ମହାନ୍ତ, ସୁବାସ, ମହାନ୍ତ, ମିଥୁନ ମହାନ୍ତ, ରୁହ୍ୟା ସିଂ, ବାପି ସିଂ, ଜନ୍ମେଜୟ ମହାନ୍ତ, ତପନ ମହାନ୍ତ, ଡାକ୍ତର ଡାକ୍ତର ମହାନ୍ତ, ଦୀନ କୃଷ୍ଣ, ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ ।