ସଭାପତି ଅଶୋକ ଓ ସଧାରଣ ସଂପାଦକ ରଞ୍ଜିତ
ଧାମନଗର: ରାଜ୍ୟ ଆଇନଜୀବୀ ପରିଷଦ ନିଦେ୍ର୍ଦଶ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ମାସ ୨୯ ତାରିଖ ଦିନ ଓଡିଶାର ବିଭିନ୍ନ ଓକିଲ ସଂଘ ର ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତଦନୁସାରେ ଧାମନଗର ଓକିଲ ସଂଘ ପକ୍ଷରୁ ବିଦ୍ଧି ବଧ ଭାବେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଅଛି । ଓକିଲ ସଂଘର ୫୭ ଜଣ ଆଇନଜୀବୀ ଭୋଟର ତାଲିକାରେ ଥିବା ଆଇନଜୀବୀ ପରିଷଦ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତ ୭ ତାରିଖ ଦିନ ଓକିଲ ସଂଘ ଗୃହରେ ବିଭିନ୍ନ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ଚଳିତବର୍ଷ ଓକିଲ ସଂଘ ର ସଭାପତି ଭାବେ ଅଶୋକ କୁମାର ଦାସ, ସାଧାରଣ ସମ୍ପାଦକ ଭାବେ ରଞ୍ଜିତ କୁମାର ମହାନ୍ତି, କୋଶାଧକ୍ଷ ଭାବେ ପର୍ଶୁରାମ ମହାପାତ୍ର, ଉପସଭାପତି ଭାବେ ପ୍ରଜ୍ଞା ପରିମିତା ଦାସ, ସହ ସମ୍ପାଦକ ଭାବେ ମିନତୀ ମଲ୍ଲିକ, କାର୍ଯକାରୀ ସଭ୍ୟ ଭାବେ ମନୋଜ କୁମାର ଗୁପ୍ତା ଓ ଶାନ୍ତନୁ ଦାସ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ବିରୁଦ୍ଧରେ କୌଣସି ଓକିଲ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ଯାହା ଫଳରେ ଆଜି ଆନୁଷ୍ଠାନିକ ଭାବେ ନିର୍ବାଚନ ଅଧିକାରୀ ନିରାକାର ଜେନା ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ପ୍ରତିନିଧିଙ୍କ ବାବଦରେ ବିଜ୍ଞପ୍ତି ପ୍ରକାଶ କରି ରାଜ୍ୟ ଆଇନଜୀବୀ ପରିଷଦକୁ ଜଣାଇ ଅଛନ୍ତି । ଏଠାରେ ପ୍ରକାଶ ଥାଉକି ଅଶୋକ କୁମାର ଦାସ ତୃତୀୟ ଥର ପାଇଁ ସଭାପତି ହୋଇଥିବା ବେଳେ ଧାମନଗର ଅଞ୍ଚଳର ଜଣେ ଜଣାଶୁଣା ଚେହେରା ସମସ୍ତଙ୍କ ପ୍ରିୟ ରଞ୍ଜିତ କୁମାର ମହାନ୍ତି ସଧାରଣ ସମ୍ପାଦକ ନିର୍ବାଚିତ ହୋଇ ଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆସନ୍ତା ୨ ତାରିଖ ଦିବା ୧୨ ଘଟିକା ସମୟରେ ଓକିଲ ସଂଘ ଗୃହରେ ନିର୍ବାଚିତ ପ୍ରତିନିଧି ମାନେ ଆନୁଷ୍ଠାନିକ ଭାବେ ଶପଥ ପାଠ କରି ଦାୟିତ୍ୱ ଗ୍ରହଣ କରିବେ ।