ପାଣିରେ ଘେରରେ ପରମାନନ୍ଦପୁର
ଭଦ୍ରକ : ଗାଁ ରାସ୍ତାରେ ଜମିଛି ପାଣି ଜମିବାରୁ ବହୁ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ସୂଚନା ଥାଉକି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଷେଣ୍ଢତିରା ପଞ୍ଚାୟର ପରମାନନ୍ଦପୁର ଗ୍ରାମରେ ଦୀର୍ଘ ୨୦ ବର୍ଷ ଧରି ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି । ଜଳ ନିଷ୍କାସନ ନ ହେବା କାରଣରୁ ଗ୍ରାମର ୩୦ରୁ ଊଦ୍ଧ୍ୱ ପରିବାର ସଂକ୍ରମଣ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଛାତ୍ରଛାତ୍ରୀମାନେ ସ୍କୁଲ ଟିଉସନ ଯିବା ପାଇଁ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏହି ପାଣି ସମସ୍ୟା ପାଇଁ ଗ୍ରାମରେ ବିବାହ, ବ୍ରତଘର କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ନିର୍ବାଚନ ଆସିଲେ ମାଳମାଳ ନେତା ବିଭିନ୍ନ ପ୍ରତିଶୃତି ଦେଉଛନ୍ତି ଓ ଭୋଟ ସରିଲା ପରେ ପାଞ୍ଚ ବର୍ଷ ତାଙ୍କର ଦର୍ଶନ ମିଳୁନାହିଁ । ଏହି ଖବର ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ପ୍ରଚାର ପ୍ରସାର ହୋଇଥିବା ବେଳେ ଜିଲ୍ଲାପାଳ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ଫଳ ପ୍ରଦ ହୋଇନାହିଁ । ଆଗାମୀ ଦିନରେ ଯଦି ଏହି ପାଣି ସମସ୍ୟାର ସମାଧାନ କରା ନ ଯାଏ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦିଆ ଯାଇଛି ।