ବସ୍ତିବାସିନ୍ଦାଙ୍କୁ କମ୍ବଳ ବଣ୍ଟନ 

 କଟକ:  ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭଏସ୍ ଫର୍ ଭଏସ୍ଲେସ୍ ପକ୍ଷରୁ ସନ୍ତୋଷ  କୁମାର ପାଲଙ୍କ ନେତୃତ୍ୱରେ କଟକ ସହରର ବିଭିନ୍ନ ସ୍ଥାନରେ, ଯଥା କଲେଜ ଛକ, ରେଳ ଷ୍ଟେସନ, ଜଗତପୁର ଗୋଲେଇ ଛକ, ବଡ ମେଡିକାଲ ପରିସରରେ କମ୍ବଳ ବଣ୍ଟନ କରାଯାଇଛି । ଅତ୍ୟଧିକ ଶୀତର ପ୍ରକୋପକୁ ଲକ୍ଷ୍ୟ କରି ଅନୁଷ୍ଠାନ ପକ୍ଷରୁ ନିରାଶ୍ରୟ ଓ ବସ୍ତିବାସିନ୍ଦାମାନଙ୍କୁ  କମ୍ବଳ ବଣ୍ଟନ କରାଯାଉଛି । ଏହି  କାର୍ଯ୍ୟକ୍ରମରେ ଶହେରୁ ଊଦ୍ଧ୍ୱର୍ ଲୋକମାନଙ୍କୁ  କମ୍ବଳ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ  ଡ. ଦ୍ୱୀପାୟନ ପଟ୍ଟନାୟକ, ତାରାନନ୍ଦ ପଟ୍ଟନାୟକ, ଶଶିଭୂଷଣ ବରାଳ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଅମିୟ କୁମାର ସାହୁ, ରିକୁ ବେହେରା, ଦେବାଶିଷ ସାହୁ, ରିଙ୍କୁ ମହାକୁଳ, ମିନାକ୍ଷୀ ପାଳ, ଅବିନାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଡ. ମନ୍ଦାକିନୀ ଦାସ, ଡ. ମମତା ଖଣ୍ଡାୟତରାୟ, ଡ.ସୁଶାନ୍ତ କୁମାର ଦାସ, ରେଣୁବାଳା ବାରିକ, ମୌସୁମି ପ୍ରଧାନ ଆଦି ସହଯୋଗ କରିଥିଲେ ।