ରାସ୍ତା ତଳକୁ ଖସିଲା ଟ୍ରାକ୍ଟର : ଜଣେ ମୃତ, ୨ ଗୁରୁତର
ବୌଦ୍ଧ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଥାନା ହରଭଙ୍ଗା ବ୍ଲକର ବାମଣ୍ଡା ନିକଟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ତକୁ ଖସି ପଡିବାରୁ ଜଣଙ୍କର ମୃତୁ୍ୟ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧରୁ ଏକ ଟ୍ରାକ୍ଟର କିଛି ଘର ତିଆରି ଜିନିଷ ଧରି ବୀରନରସିଂହପୁରକୁ ଫେରୁଥିବା ବେଳେ ବାମଣ୍ଡା ନିକଟରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡରେ ଦିଆଯାଇଥିବା ଲୁହା ବାଡା ଭାଙ୍ଗି ରାସ୍ତା ତଳକୁ ଟ୍ରାକ୍ଟରଟି ଖସିପଡି ଓଲଟି ପଡିଥିଲା । ଟ୍ରାକ୍ଟରରେ ବସିଥିବା ବିରାମଚନ୍ଦ୍ରପୁରର ଗ୍ରାମର ସୁଜିତ ପରିଡା (୩୨)ଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ବୀରନରସିଂହପୁର ଗ୍ରାମର ଶ୍ରୀକାନ୍ତ ରଣା ଓ ଖଜୁରୀପଡା ଗା୍ରମର ଟ୍ରାକଟର ଚାଳକ ବଳକନ୍ଧ କହଁର ଗୁରୁତର ଆଘାତ ହୋଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ବୌଦ୍ଧ ମେଡିକାଲକୁ ପଠାଇଥିଲେ । ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।