ପିପିଏଲ ପକ୍ଷରୁ ଜାତୀୟ ସୁରକ୍ଷା ଉଦ୍ୟାପିତ

 ପାରାଦୀପ  : ପାରାଦୀପ ଫସଫେଟସ ଲିମିଟେଡ (ପିପିଏଲ) ପକ୍ଷରୁ ସପ୍ତାହବ୍ୟାପୀ   ଆୟୋଜିତ ୫୪ତମ ଜାତୀୟ ସୁରାକ୍ଷା ସପ୍ତାହ ମାର୍ଚ୍ଚର୍୧୨ ତାରିଖ (ଗୁରୁବାର) ପିପିଏଲ ପ୍ଲାଂଟ ସାଇଟରେ  ଉଦ୍ୟାପିତ ହୋଇ ଯାଇଛି  ।   ଏହି ପରିପ୍ରେକ୍ଷୀରେ ଆୟୋଜିତ ଉଦ୍ୟାପନୀ  ଉତ୍ସବରେ  ଫ୍ୟାକ୍ଟ୍ରି ଆଣ୍ଡ ବଏଲରସ (ସେପ୍ଟି) କଟକ ଡିଭିଜନର ଡେପୁଟି ଡାଇରେକ୍ଟର  ଡ.ମଳୟ କୁମାର ପ୍ରଧାନ ମୂଖ୍ୟ ଅତିଥି   ଭାବେ ଯୋଗ ଦେଇଥିବା ବେଳେ ପିପିଏଲର ୟୁନିଟ ମୂଖ୍ୟ ତଥା ଚିଫ୍ ମ୍ୟାନୁଫ୍ୟାକ୍ଚରିଂ ଅଫିସର   ପାଲାନିସାମି ଭେଲୁସାମି  ଓ  ପିପିଏଲର ଚିଫ୍ ଜେନେରାଲ ମ୍ୟାନେଜର (ଏଚ୍ଆର ଆଣ୍ଡ ଆଇଆର) ସୁମିତ୍ ସେନାପତି  ପ୍ରମୂଖ ସମ୍ମାନ୍ନିତ ଅତିଥି ଭାବେ ଯୋଗ ଦେଇଥିଲେ  ।   ଚଳିତ ବର୍ଷ ଜାତୀୟ ସୁରକ୍ଷା ଦିବସର  ବିଷୟବସ୍ତୁ  ଥିଲା “ବିକଶିତ ଭାରତ ପାଇଁ ସୁରକ୍ଷା ଓ ଉତମତା ଗୁରୁତ୍ୱପୂର୍ଣ୍ଣ’’  । ଏହି  କାର୍ଯ୍ୟକ୍ରମର ଅଂଶସ୍ୱରୂପ   ପିପିଏଲର ବହୁ  ସଂଖ୍ୟକ  କର୍ମଚାରୀ  ସ୍ୱାକ୍ଷର ଅଭିଯାନରେ  ଅଂଶ ଗ୍ରହଣ କରିଥିଲେ  । ସେହିଭଳି ଉଦଯାପନୀ ଉତ୍ସବରେ  ସୁରକ୍ଷା ଶପଥ,ସୁରକ୍ଷା ସର୍ଭେ,ପ୍ରଦର୍ଶନୀ ଓ ସୁରକ୍ଷା ଉପରେ ଡକୁ୍ୟମେଂଟାରୀ ଏବଂ ସୁରକ୍ଷା  ଉପକରଣର ପ୍ରଦର୍ଶନ କରାଯିବା ସହିତ   ସୁରକ୍ଷା ପ୍ରଦର୍ଶନୀ ଓ ସୁରକ୍ଷା ସ୍କିଟ ଖେଳର  ମଧ୍ୟ ଆୟୋଜନ କରାଯାଇଥିଲା  ।  ବିଭିନ୍ନ ଶିଳ୍ପ ନିରାପତା ପଏଂଟକୁ ଆଲୋକିତ କରି  ମୂଖ୍ୟ ଅତିଥି ଡ.ପ୍ରଧାନ  ବକ୍ତବ୍ୟ ପ୍ରଦାନ କରିବା  ସହିତ ଦୂର୍ଘଟଣାମୁକ୍ତ  ଶିଳ୍ପ ପରିବେଶ ବଜାୟ ରଖିବା ପାଇଁ  ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ  ପିପିଏଲ ମ୍ୟାନେଜମେଣ୍ଟଟକୁ  ପରାମର୍ଶ ଦେଇଥିଲେ  ।  ସପ୍ତାହବ୍ୟାପୀ ଆୟୋଜିତ ବିଭିନ୍ନ ପ୍ରତିଯୋଗିିତାର କୃତୀ ପ୍ରତିଯୋଗୀମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରସ୍କୃତ କରିଥିବା ବେଳେ ଉତ୍ସବ ଶେଷରେ  ପିପିଏଲର ଜେନେରାଲ ମ୍ୟାନେଜର (ଅଗ୍ନି ଓ ନିରାପତା) ନିହାରକାନ୍ତି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।