ଜେଲ ଭିତରେ ଏସବୁ ଖାଉଛନ୍ତି ସମୀର ସାର୍‌!

ଭୁବନେଶ୍ୱର : ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ବାଲେଶ୍ବର ଜେଲ ଭିତରେ ଅଛନ୍ତି ପୂର୍ବତନ ଅଧ୍ୟାପକ ସମୀର ସାହୁ ଏବଂ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ଜେଲ ଭିତରେ ଦୁହେଁ କେମିତି ଅଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଜେଲର ୩ ନଂ ୱାର୍ଡରେ ସମୀର ସାର୍‌ ଆଉ ୧୫ ନମ୍ବର ୱାର୍ଡରେ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ ଦିନ ହିଁ ସମୀର ସାହୁଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଥିଲା । ଏହାର ଦୁଇ ଦିନ ପରେ ଅର୍ଥାତ୍‌ ୧୪ ତାରିଖରେ ଅଧ୍ୟକ୍ଷଙ୍କୁ ଗିରଫ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରି ଜେଲ ପଠାଇଥିଲା ପୋଲିସ । ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦୁହେଁ ମାନସିକ ଚାପରେ ଅଛନ୍ତି। ଦୁହେଁ ବୁଧବାର ଦିନ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ଅଣ୍ଡା ତରକାରୀ ଖାଇଥିବା ବେଳେ ରାତିରେ ରୁଟି ଓ ତରକାରୀ ଖାଇଥିଲେ। ଜେଲ ଆସିବାର ୭ ଦିନ ବିତି ନ ଥିବାରୁ ଦୁହିଁଙ୍କୁ ପରିବାର ଲୋକଙ୍କ ସହ ସାକ୍ଷାତ କରିବାକୁ ଦିଆଯାଇ ନ ଥିଲା।