ଭାରତୀୟ ସଶସ୍ତ୍ର ବାହିନୀ ଉପରେ ଗର୍ବିତ
ଭୁବନେଶ୍ୱର: ସାରା ଓଡ଼ିଶାରେ କାର୍ଯ୍ୟରତ ଓଡିଶା ବିଦୁ୍ୟତ୍ ଶକ୍ତି ସଞ୍ଚାରଣ ନିଗମ (ଓପିଟିସିଏଲ)ର ଇଂଜିନିୟର୍ସ ଆସୋସିଏସନ (ଓପିଟିଆରଏ) ଭାରତ ସରକାରଙ୍କର "ସିନ୍ଦୂର" ଅଭିଯାନ ପାଇଁ ଭାରତୀୟ ସଶସ୍ତ୍ର ବାହିନୀକୁ ସମର୍ଥନ ତଥା ଯଥୋଚିତ ସମ୍ମାନ ଜଣାଇଛନ୍ତି ଏବଂ ଏପରି ପଦକ୍ଷେପ ପାଇଁ ଗର୍ବ ଅନୁଭବ କରିବା ସହ "ଭାରତ ମାତାକି ଜୟ "ଧ୍ୱନି ଅର୍ପଣ କରିଛନ୍ତି । ଯନ୍ତ୍ରୀ ମାନେ ମଧ୍ୟ ପ୍ରକାଶ କରିଛନ୍ତିଯେ ପହଲଗାମରେ ହୋଇଥିବା ଆକ୍ରମଣ ଏକ ଚରମ ବର୍ବରତା ଏବଂ ଏପରି ନୃଶଂସ କାର୍ଯ୍ୟପାଇଁ ଆତଙ୍କବାଦୀଙ୍କୁ କଠିନ ଦଣ୍ଡ ମିଳିବା ଉଚିତ । ଯେକୌଣସି ଜରୁରୀ କାଳୀନ ପରିସ୍ଥିତିରେ ଭାରତ ସରକାରଙ୍କୁ ସେମାନଙ୍କର ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଯନ୍ତ୍ରୀମାନେ ମତ ପ୍ରକାଶ କରିଛନ୍ତି ।