ବାଇକ୍ ଧକ୍କାରେ ବୃଦ୍ଧ ମୃତ

 ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ୨୦ନଂ ଜାତୀୟ ରାଜପଥ ନୂଆଗାଁ ଛକ ନିକଟରେ ଦୁର୍ଘଟଣା ଘଟି ଜଣେ ବୃଦ୍ଧଙ୍କ ମୃତୁ୍ୟ ଘଟିଛି । ସୂଚନା ଅନୁଯାୟୀ ଜେନାପଦା ଗ୍ରାମର ରମେଶ ତ୍ରୀପାଠୀ ଘଟଗାଁ ତାରିଣୀ ଦର୍ଶନ ସାରି ବସ୍ ଯୋଗେ ଘରକୁ ଫେରି ଦିନ ୧୨ଟା ସମୟରେ ନୂଆଗାଁ ଛକରେ ରୋଡ଼ ଅତିକ୍ରମ କରୁ ଥିବା ବେଳେ ରାମଚନ୍ଦ୍ରପୁର ପାର୍ଶ୍ୱରୁ ଆସୁଥିବା ବାଇକ୍ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ରମେଶ ପଡ଼ିଯାଇଥିଲେ । ସାମାଜିକ କର୍ମୀ ପ୍ରସାନ୍ତ ନାଏକଙ୍କ ସମେତ ଉପସ୍ଥିତ ଥିବା ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସାଇଁକୁଳ ମେଡ଼ିକାଲ୍ରେ ଭର୍ତି କରିଥିଲେ । ସେଠାରେ ଅବସ୍ଥାରେ ସୁଧାର ନଆସିବାରୁ ରମେଶଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ମେଡ଼ିକାଲ ପହଁଚିବା ପୂର୍ବରୁ ବାଟରେ ରମେଶଙ୍କ ମୃତୁ୍ୟ ଘଟିଥିଲା ।