ସାପ କାମୁଡାରେ ଝିଅ ମୃତ; ବାପା ଗୁରୁତର

 ସୁକିନ୍ଦା :ବିଷଧର ସାପ କାମୁଡାରେ ଜଣେ ଛାତ୍ରୀର ମୃତୁ୍ୟ ଘଟିଥିବା ବେଳେ ବାପା ଗୁରୁତର ହୋଇ ମେଡ଼ିକାଲରେ ଚିକିସôିତ ହେଉଛନ୍ତି । ଏଭଳି ଦୁଖଦ ଘଟଣା ହରିପୁର ଗ୍ରାମରେ ଶୁକ୍ରବାର ଭୋର ସମୟରେ ଘଟିଛି । ସୂଚନା ମୁତାବକ ଆଜି ଭୋର ସମୟରେ ହରିପୁର ଗ୍ରାମର ବୃନ୍ଦାବନ ବେହେରା (୪୬) ଓ ତାଙ୍କ ୧୭ବର୍ଷର ଝିଅ ପ୍ରଭାସିନୀଙ୍କୁ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଆଣି ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରଯାଇଥିଲା । ସେଠାରେ ହରିପୁର କଲେଜରେ +୨ରେ ପଢୁଥିବା ଝିଅ ପ୍ରଭାସିନୀଙ୍କର ଚିକିତ୍ସିତ ସମୟରେ ମୃତୁ୍ୟ ଘଟିଥିଲା । ବୃନ୍ଦାବନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଭାସିନୀଙ୍କ ମୃତୁ୍ୟ ଖବର ପ୍ରଘଟ  ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।