ଖଣି ବନ୍ଦ ଆନେ୍ଦାଳନ
ତାଳଚେର : ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଆଦି ଦାବି ନେଇ ତାଳଚେର ବ୍ଲକ ଗୋପାଳପ୍ରସାଦ ଗ୍ରାମବାସୀମାନଙ୍କ ପକ୍ଷରୁ ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନେ୍ଦାଳନ କରାଯାଇଛି । ସକାଳୁ ଶତାଧିକ ଗ୍ରାମବାସୀ ହିଙ୍ଗୁଳା କୋଇଲା ଖଣି, ଟାଇମ ଅଫିସ, କୋଇଲା ପରିବହନ ରାସ୍ତା ଆଦି ଅବରୋଧ କରିବାରୁ ଖଣିରୁ କୋଇଲା ଉତ୍ପାଦନ କାର୍ଯ୍ୟ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା । ବାରମ୍ବାର ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଖଣି କର୍ତ୍ତୃପକ୍ଷ ପ୍ରତାରଣା କରୁଛନ୍ତି ବୋଲି ଖଣି କ୍ଷତିଗ୍ରସ୍ତ ଗୋପାଳପ୍ରସାଦ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଗୋପାଳପ୍ରସାଦ ତୃତୀୟ ପର୍ଯ୍ୟାୟ ଜମିହରା ପ୍ରଜାମାନଙ୍କର ୨୦୫ଟି ନିଯୁକ୍ତି ସମ୍ବନ୍ଧୀୟ ଫାଇଲକୁ ଏମ୍ସିଏଲ୍ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ଅନୁମୋଦନ କରିନାହାନ୍ତି । ପୂର୍ବରୁ ଏମ୍ସିଏଲ୍ ପକ୍ଷରୁ ଜମିହରା ପ୍ରଜାମାନଙ୍କୁ ଏହି ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କ ଦାବି ପୂରଣ କରାଯାଇନାହିଁ । ତେଣୁ ଗ୍ରାମବାସୀମାନେ ଗତ ଅପ୍ରେଲ ମାସ ୨୫ ତାରିଖ ଦିନ ହିଙ୍ଗୁଳା କୋଇଲା ଖଣି ବନ୍ଦ କରି ଆନେ୍ଦାଳନ କରିଥିଲେ । ଗ୍ରାମବାସୀମାନଙ୍କର ସମସ୍ତ ସମସ୍ୟାର ସମାଧାନ ଏକ ସପ୍ତାହ ମଧ୍ୟରେ କରାଯିବ ବୋଲି ଖଣି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବାରୁ ଖଣି ବନ୍ଦ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ପରନ୍ତୁ ସେମାନଙ୍କ ଦାବି ଅଦ୍ୟାବଧି ପୂରଣ ହୋଇ ନ ଥିବାରୁ ଗ୍ରାମବାସୀମାନେ ଏହି ଆନେ୍ଦାଳନ ଚଳାଇଥିବା ଜଣାପଡିଛି ।