ରୋଟାରୀ କ୍ଲବ ପକ୍ଷରୁ ଗୁରୁଦିବସ 

 ପାରାଦୀପ : ପାରାଦୀପ ରୋଟାରୀ କ୍ଲବ ଦ୍ୱାରା ଶୁକ୍ରବାର ଶିକ୍ଷକ ଦିବସ ପାଳିତ ହୋଇଯାଇଛି । କ୍ଲବର ସଭାପତି କ୍ୟାପଟେନ ସୁଶାନ୍ତ କୁମାର ବାଗ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରି ଦିବସର ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ  । କ୍ଲବର ସଦସ୍ୟ ମାନେ ସମାଜରେ ଶିକ୍ଷକ ମାନଙ୍କର ଭୂମିକା ତଥା ଦେଶର ପ୍ରଗତି ଓ ସୁନାଗରିକ ସୃଷ୍ଟି ପଛରେ ଥିବା ଅବଦାନ ସମ୍ପର୍କରେ ଆଲୋକପାତ  କରିଥିଲେ  । କ୍ଲବର ସମ୍ପାଦକ  ବିପ୍ଳବ କୁମାର ଜେନା କ୍ଲବ କରି ଆସୁଥିବା ବିଭିନ୍ନ  ସାମାଜିକ, ଜନ ହିତକର କାର୍ଯ୍ୟ ବିଷୟରେ କହିଥିଲେ  । ଶେଷରେ ୧୫ଜଣ ମନୋନୀତ ଶିକ୍ଷକଙ୍କୁ ସେମାନଙ୍କ ଉଚ୍ଚକୋଟୀର ସେବା ପାଇଁ କ୍ଲବ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।