ଅପମୃତୁ୍ୟ ହ୍ରାସ ସଚେତନତା କାର୍ଯ୍ୟକ୍ରମ

କାଳିଆପାଣି : ଭୟାନକ ବଜ୍ରପାତ, ବିଜୁଳି ଘଡଘଡି ଓ ସର୍ପାଘାତ ଯୋଗୁଁ ପ୍ରତିବର୍ଷ ଅନେକ ଲୋକ ମୃତୁ୍ୟବରଣ କରୁଛନ୍ତି । ଏଥିରୁ କିପରି ନିଜକୁ ସୁରକ୍ଷିତ ରଖି ପାରିବା ସେ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ରାଁଷୋଳ ପଞ୍ଚାୟତ ଅନ୍ତର୍ଗତ ଶ୍ରମଶକ୍ତି ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ କାଳିଆପାଣି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ପ୍ରଦୀପ ରାଉତରାୟ ଓ ମଠକରଗୋଳା କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ମ୍ବରୁଧର ମହାନ୍ତ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଡାକ୍ତର ରାଉତରାୟ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ସାପ ମାନଙ୍କ ପ୍ରକାରଭେଦ ଏବଂ ସାପ କାମୁଡ଼ାର ଉପଚାର ସମ୍ବନ୍ଧ ବିଶେଷ କରି ସାପ କାମୁଡାକୁ ନେଇ ସମାଜରେ ଥିବା ଅନ୍ଧ ବିଶ୍ୱାସର କୁପରିଣତି ବିଷୟରେ ବୁଝାଇଥିଲେ । ସେହିପରି ବିଜୁଳି ଘଡ଼ଘଡ଼ି ଜନିତ ଆକସ୍ମିକ ଦୁର୍ଘଟଣାରୁ ନିଜକୁ କିପରି ସୁରକ୍ଷିତ ବଞ୍ଚାଇ ପାରିବା, ପ୍ରାଧ୍ୟାପକ ଶ୍ରୀ ମହାନ୍ତ ଛାତ୍ରଛାତ୍ରୀଙ୍କୁ  ବୁଝାଇ ସଚେତନ କରାଇଥିଲେ । କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ସହିତ ଶିକ୍ଷା କର୍ମଚାରୀ ତରୁଣ ପାତ୍ର ଓ ଲଳିତ କୁମାର ମହାନ୍ତ ସହଯୋଗ କରିଥିଲେ ।