ନଦୀ ବନ୍ଧରେ ମାଳମାଳ ହାଇୱା  : ରାଉତରାପୁର ପଞ୍ଚାୟତରୁ ବେଆଇନ ବାଲି ଉଠାଣରେ ଲାଗୁନି ବ୍ରେକ୍

ଯାଜପୁର-ରସୁଲପୁର:  ଗୋଟେ ପଟେ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ତିତି ଉପୁଜିଥିବାରୁ ଏହାର ମୁକାବିଲା ପାଇଁ ପ୍ରଶାସନୀକ କଳ ତତ୍ପରତା ପ୍ରକାଶ କରିଥିବା ବେଳେ ଅନ୍ୟପଟେ ବେଆଇନ ବାଲି ପରିବହନରେ ଲାଗିଛନ୍ତି ମାଳମାଳ ହାଇବା । ହାଇବାରେ ବାଲି ପରିବହନ କାରଣରୁ ନଦୀବନ୍ଧ ପ୍ରତି ବିପଦ ଭୟ ରହିଥିବା ବେଳେ ରାସ୍ତାଘାଟ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଜିଲା ପ୍ରଶାସନ ବା ଖଣି ବିଭାଗ ପାଖରେ ଅଭିଯୋଗ କଲେ ବି କିଛି ସୁଫଳ ମିଳୁନଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ବଢୁଥିବା ଅସନ୍ତୋଷ ଆନେ୍ଦାଳର ରୂପ ନେବାର ସମ୍ଭାବନା ରହିଥିଲେ ହେଁ ଲୁଟେରା ରସୁଲପୁର ବ୍ଲକ ରାଉତରାପୁର ପଂଚାୟତ ସନ୍ନିକଟ ବ୍ରାହ୍ମଣୀରୁ ବାଲି ଲୁଟରୁ ନିବୃତ ହେଉନାହାନ୍ତି । ଗଲାକାଲି ବନ୍ୟା ପରିସ୍ଥିତିକୁ ନେଇ ଜିଲାସ୍ତରୀୟ ସମୀକ୍ଷା ବୈଠକ ଚାଲିଥିବା ବେଳେ ରାଉତରାପୁର ପଞ୍ଚାୟତଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀବନ୍ଧରେ ମାଳ ମାଳ ହାଇବା ଆଗପଛ ହୋଇ ବାଲି ବୋହି ଚାଲିଥିଲେ । ଯାହା ଫଳରେ ସରକାରଙ୍କୁ ଲକ୍ଷାଧିକ ଟଙ୍କା ରାଜସ୍ୱ ହରାଉଥିବା ବେଳେ ନଦୀବନ୍ଧ ଏବଂ ରାସ୍ତାଘାଟ ପ୍ରତି ବିପଦ ବଢିବାରେ ଲାଗିଛି । ରସୁଲପୁର ବ୍ଲକ ସାମନ୍ତରାପୁର ରାଜସ୍ୱ ବିଭାଗ ଅଧିନରେ ଥିବା ରାଉତରାପୁର ପଂଚାୟତସ୍ଥ ଦେଉଳି ଓ ରତପୁର ମୌଜାରେ । ଏହି ମୌଜା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଘାଟ ଲୁଟେରାଙ୍କ ଭୁସ୍ୱର୍ଗ ପାଲଟିଛି । ଲୁଟେରା ମାନେ ସରକାରୀ ନିୟମକୁ ବେଖାତିର କରି ପ୍ରୋକେଲିନ ମେସିନ ଦ୍ୱାରା ବାଲି ଉତୋଳନ କରି ଦୈନଦିନ ଶହଶହ ଟ୍ରିପ୍ ହାଇୱାରେ ଜିଲା ତଥା ଜିଲା ବାହାରକୁ ଚାଲାଣ କରୁଛନ୍ତି ।ଏହି ବାଲି ବୋଝେଇ ହାଇୱା ଗ୍ରାମାଚଂଳ କଂକ୍ରିଟ୍ ରାସ୍ତା,ଗାଁ ନଦୀ ବନ୍ଧ ରାସ୍ତା ଦୃବଳ ହେବାରେ ଲାଗିଛି । ଏହି ସବୁ ରାସ୍ତା ବଡବଡ ଖାଲଖମାରେ ପରିଣତ ହେବା ସହିତ ବର୍ଷା ଦିନେ ଯାତାୟତ କରୁଥିବା ଜନସାଧାରଣ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହା ସହିତ ବ୍ରାହ୍ମଣୀ ନଦୀ ଉପରେ କୁଣ୍ଡାପାଟଣା ଓ ସାମନ୍ତରାପୁରକୁ ଅଂଚଳକୁ ସଂଯୋଗ କରୁଥିବା ହାଇଲେବୁଲ ବ୍ରିଜ ଏବେ ବିପଦର ସମ୍ମୁଖୀନ ହେବାକୁ ଯାଉଛି । ଉଭୟ ପାଶ୍ୱର୍ର ଆପ୍ରୋଚ ରୋଡରୁ ମାଟି ଧସିବା ସହ ସେତୁ ନିକଟରୁ ବେଆଇନଭାବେ ବାଲି ଉତୋଳନ ହେଉଛି । ଯାହାକି ସେୁତର ଖୁଂଟ ଦବିବା ଯଥେଷ୍ଟ ସମ୍ଭାବନା ରହିଛି । ସରକାରୀ ନିୟମ ଅନୁଯାୟୀ କୈାଣସି ସେତୁଠାରୁ ଅଧ କିମି ପରିସର ଭିତରେ ବାଲି ଉତୋଳନ ନ ହେବା ପାଇଁ କଡା ନିଦେ୍ର୍ଧଶ ରହିଛି । ଏପରିକି ଲୁଟେରା ବ୍ୟକ୍ତିଗତ ଜମି ଉପରେ ଜୋରଜବର କରି ଗାଡି ନେଉଥିବା ବେଳେ ଜମି ମାଲିକ ବିରୋଧ କରିବାରୁ ସେମାନଙ୍କ ପରିବାରକୁ ଧମକ ଚମକ ଦିଆଯାଉଛି । ରାତି ଅଧରେ ଗାଡି ଚଳଚଳାଚଳ ହେବାରୁ ଏହାର ଶଦ୍ଦରେ  ସ୍ଥାନୀୟ ଲୋକେ ଶୋଇ ପାରୁନାହାନ୍ତି । ଏହି ରାସ୍ତା ଦେଇ ଯାଇଥିବା ଗାନ୍ଧିଜୀ ଶିକ୍ଷା ପ୍ରତିଷ୍ଠାନର ନିଜସ୍ୱ ଜମି ଉପରେ ମାର୍ଚ୍ଚ ମାସ ୨୩ ତାରିଖରେ ମିସ୍ କେସ୍ ନଂ ୯୪୭ା୨୦୨୫ରେ ୧୬୩ ଧାରା ବଳବତର ରହିଛି । ଅନ୍ୟ ଏକ ସ୍ଥାନରେ ଚଳିତ ମାସ ୨୩ା୭ ମସିହାରେ ୧୪୪ ଧାରା ଲାଗି ଥିବା ବେଳେ କିପରି ବେଆଇନ ଭାବେ ବାଲି ଚାଲାଣ ହେଉଛି ତାହାକୁ ନେଇ ଗ୍ରାମବାସୀ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଘଟଣାକୁ ନେଇ ରାଉତରାପୁର ପଂଚାୟତର ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ସାହୁ ମୁଖ୍ୟମନ୍ତ୍ରୀ, ରାଜସ୍ୱ  ମନ୍ତ୍ରୀ, ଜିଲା ଖଣି ବିଭାଗ,ଉପ-ଜିଲାପାଳ, ରସୁଲପୁର ତହସିଲଦାର ଓ ଜାରକା ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ ଉପ-ଜିଲାପାଳ ବ୍ରହ୍ମବରଦା ଥାନାକୁ ଏକ ପତ୍ର ସଂଖ୍ୟାରେ ଏଠାରେ ବାଲି ଉତୋଳନ ହେଉଛି କି ନାହିଁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ତଦନ୍ତ କରାଯାଇ ନ ଥିବା ଅଭିଯୋଗ ହୋଇଛି । ନିକଟ ଭବିଷ୍ୟତରେ ଯଦି ଜିଲା ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ଗ୍ରାମବାସୀ ଆନେ୍ଦାଳନକୁ ଓହ୍ଲାଇବାକୁ ଚେତବାନୀ ଦେଇଛନ୍ତି ।