ଟ୍ରେନରୁ ଖସି ବ୍ୟକ୍ତି ମୃତ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ୍ ରେଳ ଷ୍ଟେସନ୍ ପୂର୍ବରୁ ତୁଲା ଗାଁ ରେଳ ଫାଟକ ନିକଟରେ ଆଲେପିରୁ ଧାନବାଦ୍ ଯାଉଥିବା ଏକ୍ସପ୍ରେସ୍ ଟ୍ରେନ୍ରୁ ଜଣେ ଅଜଣା ବ୍ୟକ୍ତି ଖସି ତଳେ ପଡ଼ି ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରି ସୂଚନା ଦେବା ପରେ ତୁରନ୍ତ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ପଡ଼ିଯାଇ ଥିବା ବ୍ୟକ୍ତିଙ୍କୁ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତି ଙ୍କ ପରିଚୟ ମିଳି ନ ଥିବା ବେଳେ, ଘଟଣା ସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ଅଧିକ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି । ଟ୍ରେନ୍ ଯାତ୍ରା ସମୟରେ ଯାତ୍ରୀଙ୍କ ଅସାବଧାନତା ଯୋଗୁଁ ଏଭଳି ଘଟଣା ଘଟୁଥିବା ବେଳେ ଉକ୍ତ ଘଟଣା କିପରି ଘଟିଲା ତାହା ଅଧିକ ତଦନ୍ତ ପରେ ଜଣାପଡ଼ିବ