ସାଗରବେଳା ମହୋସବ ଉଦ୍ଘାଟିତ 

 ରାଜନଗର: ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ଷଷ୍ଠ ସାଗରବଳୋ ମହୋସôବ ଉଦ୍ଘାଟିତ ହୋଇଯାଇଛି । ସାଗରରବେଳା ମହୋସôବ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ମହୋସôବକୁ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଯୋଗଦେଇ ଉଦ୍ଘାଟନ କରିଥିଲେ । ପ୍ରାକୃତିକ ସମ୍ବଳ ଓ ମାନବ ସମ୍ବଳର ବିକାଶରେ ରାଜନଗର ବିକାଶ ଅଙ୍ଗାଅଙ୍ଗୀ ଭାବେ ଜଡିତ । ସାଗରବେଳା ମହୋସôବ ପ୍ରଗତିର ଅନ୍ୱେଷଣ । ରାଜନଗରର କଳା, ସଂସ୍କୃତି, ସାହିତ୍ୟ, ଐତିହ୍ୟ, ପରମ୍ପରା ଓ ପରିବେଶକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଏହି ମହୋସôବ ପ୍ରମୁଖ ମାଧ୍ୟମ ବୋଲି କହିଥିଲେ । ମହୋସôବର ସାଂସ୍କୃତିକ ପରିଷଦର ସଭାପତି ଡଃ ଅଭୟକୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସôବରେ ଦିବ୍ୟଜୀବନ ସଂଘ ଓଡିଶା ଶାଖାର ସ୍ୱାମୀ ଶ୍ରୀନିବାସ ନନ୍ଦ ସରସ୍ୱତୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୈ÷ତିକ ମୂଲ୍ୟବୋଧ ଏକ ସୁସ୍ଥ ସମାଜ ଗଠନ ସହ ପ୍ରଗତି ଓ ସମୃଦ୍ଧି କ୍ଷେତ୍ରରେ ଏକ ନିର୍ଣ୍ଣାୟକ ଭୂମିକା ନେଇଥାଏ । ସମ୍ମାନୀତ ଅତିଥି ଭାବେ ବିଜେପି ନେତା ଲଳିତକୁମାର ବେହେରା ଯୋଗଦେଇ ଭିତରକନିକାର ପ୍ରାକୃତିକ ବିଭବ ଆମ ରାଜନଗରକୁ ବିଶ୍ୱ ଦରବାରରେ ପରିଚିତ କରାଇଛି ବୋଲି ମତବ୍ୟକ୍ତ କରିଥିଲେ । ମହୋସôବର ସଭାପତି ଡଃ ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ମହାସଚିବ ପ୍ରଫେସର ସତ୍ୟବାଦୀ ଜେନା ବାର୍ଷିକ ବିବରଣୀପାଠ କରିଥିଲେ । ସଙ୍ଗଠନ ସଂପାଦକ ଡଃ ଧରଣୀଧର ରାଉତ ମହୋସôବର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ରଜନୀକାନ୍ତ ଜେନାଙ୍କୁ ସମ୍ମାନୀତ କରାଯାଇଥିଲା । ପ୍ରାଧ୍ୟାପକ ବିଜୟକୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷାବିତ୍ କ୍ଷୀରୋଦକୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷାବିତ୍ ସୀତାକାନ୍ତ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ହଂସୁଆ କଳା ପ୍ରତିଷ୍ଠାନ ଓ ଭାଗବତଜୀୟୁ ଭଜନଧାରା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।