ମା’ ସେବକ ଗଣେଶ ପୂଜା କମିଟିର ବାର୍ଷିକୋତ୍ସବ

  ତାଳଚେର: ତାଳଚେରର ମା ସେବକ ସଂଘ ଗଣେଶ ପୂଜା କମିଟି ପକ୍ଷରୁ ବାର୍ଷିକ ଉତ୍ସବ ତଥା ଇଂରାଜୀ ନବବର୍ଷ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ପର୍ଶୁରାମ ବାରିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନିଶାମୁକ୍ତ ତାଳଚେର ଗଠନ ପାଇଁ ଆହ୍ୱାନ ଦେଇଥିଲେ । ଯୁବ ସମାଜ ନିଶା କବଳରେ ପଡି ପଥ ଭ୍ରଷ୍ଟ ନ ହୋଇ ନିଶା ବିରୁଦ୍ଧରେ ଲଢ଼ିବା ପାଇଁ ସଂକଳ୍ପ ନିଅନ୍ତୁ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ସମାଜସେବୀ ବାପି ମହାନ୍ତି, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ରବି ସେଠ୍, ରିସିକେଶ ସାହୁ, ଜଗଦୀଶ ସିଂହ, ଭରତ ଭୁତିଆ, ବିନ୍ଦା ସିଂହ, ସୁକାନ୍ତ ରାୟ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଛୋଟ ଛୋଟ ପିଲା ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମା ସେବକ ସଂଘର କର୍ମକର୍ତ୍ତା ପୂର୍ଣଚନ୍ଦ୍ର ବେହେରା, ଅତିନ ସିଂହ, ଦିଲ୍ଲୀପ ବେହେରା, ନିରୋଜ ବେହେରା, ଦେବେନ୍ଦ୍ର ବେହେରା, ସନ୍ତୋଷ ବେହେରା, ଜିତେନ୍ଦ୍ର ବେହେରା, ସୁରଜ ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।