‘ନିଶା ନୁହେଁ, ଜୀବନ’ ସଚେତନତା 

 କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ବାଳକାଟି ପଞ୍ଚୟତ ସମିତି ସଭା ଗୃହରେ ‘ଆମ ସଂକଳ୍ପ ନିଶା ନୁହେଁ ଜୀବନ’ଶୀର୍ଷକ ଏକ ସଚେତନତା କାର୍ମଶାଳା ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଅବକାରୀ ବିଭାଗ ତରଫରୁ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଟିତ ହୋଇଯାଇଛି  । ଆୟୋଜିତ କର୍ମଶାଳାରେ କେନ୍ଦ୍ରାପଡା ଅବକାରୀ ଥାନାର ଭରପ୍ରାପ୍ତ ନିରିକ୍ଷକ ପଦ୍ମଲୋଚାନ ନାୟକ ଯୋଗଦେଇ ନିଶା ଯୋଗୁ ସମାଜରେ ବହୁବିଧ ସମସ୍ୟା ଓ ବିଶୁଙ୍କଳା ଉପୁଜିବା ସହ ସୁନାର ସଂସାର ଛାରଖାର ହୋଇ ସାମାଜିକ ବ୍ୟବସ୍ତା ବିଶୁଙ୍କଳା ଉପୁଜୁଛି ଏବଂ ସମାଜରେ ବହୁ ପ୍ରକାର  ନିଶା ଅଛି  । ସବୁ ନିଶା ଅପେକ୍ଷା ମଦ, ଗଞ୍ଜେଇ, ସିଗାରେଟେ, ବିଡି ନିଶାରୁ ମୁକ୍ତ ପାଇବା ଲାଗି ପରିବାରରୁ ଶିକ୍ଷାନୁଷ୍ଟାନ ପର୍ୟନ୍ତ କାଉଁସିଲିଂ ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ  ।  କାର୍ଯ୍ୟକ୍ରମରେ ସରପଞ୍ଚ ଝୁନାରାଣୀ ବିଶ୍ୱାଳ, ଧନେଶ୍ୱର ରାଉତ, ଲକ୍ଷ୍ମୀପ୍ରିୟା ଜେନା, ଶ୍ରୀକାନ୍ତ ବରଜ, ହରିଶ୍ଚନ୍ଦ୍ର ବେହେରା ଓ ଅନ୍ୟ କମିଟି ସଦର୍ଶ, ଅବକାରୀ ଉପ ନୀରିକ୍ଷକ ଧର୍ମପଦ ଦାସ ଏବଂ ଅନ୍ୟ  କର୍ମଚାରୀ ସାମିଲ ଥିଲେ  ।