ରାସ୍ତା କଡରେ ଗୋରୁମୁଣ୍ଡ ପକାଇବାକୁ ନେଇ ଉତ୍ତେଜନା
ଧାମନଗର: ମୁସଲମାନଙ୍କ ପର୍ବ ୭ ତାରିଖ ରୁ ଇଦ ଉଲ ଜୁହା ଆରମ୍ଭ ହୋଇ ସୋମବାର ଅର୍ଥାତ ୯ ତାରିଖରେ ଶେଷ ହେଉଥିବା ବେଳେ ଏହି ସମୟରେ କିଛି ବଳିଦାନ କରାଯାଏ । ତେବେ ସୋମବାର ସକାଳେ ଧାମନଗର ବ୍ଲକ ବଜାର ରାସ୍ତାର ଶାଗର ଭୂୟାଁ ପାର୍କ ନିକଟସ୍ତ ରାସ୍ତା କଡରେ ୪ଟି ଗୋରୁର କଟା ମୁଣ୍ଡ ପଡ଼ିଥିବା ନେଇ ହିନ୍ଦୁ ଭାଇଙ୍କ ମନରେ ଆଘାତ ହୋଇଥିଲା । ତେବେ କିଛି ସମୟ ପାଇଁ ସେଠାରେ ମୃଦୁ ଉତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀ, ଥାନା ଅଧିକାରୀ ଗୋପାଳ ଜେନା, ସମେତ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ତେବେ ପଡ଼ିଥିବା ଗୋରୁର କଟା ମୁଣ୍ଡକୁ ପୁଲିସ ଜବତ କରିଥିବାବେଳେ ନିଜଆଡୁ ଥାନାର ଏଆସଆଇ ଲରେନ୍ସ କୁଜୁରୁଙ୍କ ଅଭିଯୋଗ କ୍ରମେ ଥାନାର କେସ ନମ୍ବର ୨୦୮ /୨୫ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।