ଉଦ୍ଧାର ଶିଶୁ କନ୍ୟାର ମୃତୁ୍ୟ

କୁଆଖିଆ : ମନ୍ଦିର ନିକଟରୁ ଅବୈଧ ଶିଶୁ କନ୍ୟାକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମେଡ଼ିକାଲ ନେବା ବାଟରେ  ମୃତୁ୍ୟ ଘଟିଛି । ସୂଚନା ଅନୁଯାୟୀ କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ଟାକୁଆଠେଙ୍ଗ ଗ୍ରାମର ଲକ୍ଷ୍ମୀଧର ରାଉତ, ପ୍ରଦୀପ ଭୂୟାଁ, ସୁନୀଲ ଭୂୟାଁ ପ୍ରଭୃତି କିଛି ଲୋକ ବିଲକୁ କାମ କରିବାକୁ ଯାଉଥିବା ସମୟରେ ଗ୍ରାମ ମନ୍ଦିର ନିକଟରେ ଏକ ନବଜାତ ଶିଶୁ କନ୍ୟା ପଡିଥିବାର ଦେଖିବାକୁ ପାଇଥିଲେ । ଶିଶୁଟି ବଂଚିଥିବା ଜାଣି ତାକୁ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବା ଜାଣି ଡାକ୍ତର ଶିଶୁ ଟିକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଆମ୍ବୁଲାନ୍ସ ଯୋଗେ ଯାଜପୁର ନେବା ବାଟରେ ମୁଗୁପାଳ ନିକଟରେ ଶିଶୁଟି ଶ୍ୱାସ ରୁଦ୍ଧ ହେବା ଜାଣି ନିକଟସ୍ଥ ହରିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ । କିନ୍ତୁ ସେଠାରେ ମେଡ଼ିକାଲ ବନ୍ଦ ଥିବାରୁ ଫେରିଆସି କୁଆଖିଆ ସ୍ଥିତ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସା କରିବା ପରେ ଶିଶୁଟିର ମୃତୁ୍ୟ ହୋଇ ସାରିଥିବା ଜାଣିବାକୁ ପାଇ ମଧୁବନ ଗୋଷ୍ଠୀ କେନ୍ଦ୍ରକୁ ଆଣିଥିଲେ । ଘଟଣା ସମ୍ପର୍କରେ କୁଆଖିଆ ପୁଲିସ୍ ସୂଚନା ପାଇ ଶିଶୁଟିର ଶବ ଜବତ୍ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ପଠାଇବା ସହିତ ତଦନ୍ତ କରୁଥିବା ଏସ୍ଆଇ ନରେନ୍ ଦାଶ ସୂଚନା ଦେଇଛନ୍ତି ।