ଦୋକାନ ଭିତରେ ପଶିଗଲା ଟ୍ରାକ୍ଟର; ଫଳ ଦୋକାନୀଙ୍କ ମୃତୁ୍ୟ

 କବାଟବନ୍ଧ : ସୋମବାର ଜେନାପୁର ଜେନାପୁର ଷ୍ଟେସନ ବଜାରରେ ଘଟିଛି ଅଘଟଣ । ଜଣେ ଫଳ ଦୋକାନୀ ଦୋକାନରେ ବସି ଥିବା ବେଳେ ଦୃତଗତିରେ ଆସୁଥିବା ବଜୂରି ବୋଝେଇ ଟ୍ରାକ୍ଟର ଭାରସ୍ୟାମ ହରାଇ ପସିଯିବାରୁ ବସିଥିବା ଦୋକାନୀ ଜେନାପୁର ପଞ୍ଚାୟତ ବରାଳ ସାହିର କୁଳମଣି ବରାଳଙ୍କ ପୁତ୍ର ପ୍ରଭାତ (୪୫)ଙ୍କ ଚାପି ହୋଇ ଘଟିଥିଲା ମୃତୁ୍ୟ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ମତେ ପ୍ରଭାତ ତାଙ୍କ ଫଳ ଦୋକାନରେ ବସିଥିବା ସମୟରେ ଲେବୁଲ କ୍ରସିଂଙ୍ଗ ରାସ୍ତା ଦେଇ ବଜୁରୀ ବୋଝେଇ କରି ଆସୁଥିବର ଟ୍ରାକ୍ଟରଟି ହଠାତ ତାଙ୍କ ଦୋକାନ ଭିତରକୁ ପଶିଯାଇଥିଲା । ଦୋକାନ ଭିତରେ ବସିଥିବା ପ୍ରଭାତ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ମେଡିକାଲକୁ ନେଇଯାଇଥିଲେ । ହେଲେ ଡାକ୍ତର ପ୍ରଭାତଙ୍କୁ ମୃତ ଘୋଷଣା କରିଥିଲେ । ଟ୍ରାକ୍ଟରଟି କେବଳ ଦୋକାନ ଭିତରେ ପସିଯାଇନଥିଲା ପାର୍ଶ୍ୱରେ ଥିବା ସାଇକେଲ ଷ୍ଟାଣ୍ଡକୁ ମାଡ଼ିଯିବାରୁ ୨୦ରୁ ୨୫ଗୋଟି ସାଇକେଲ ଭାଙ୍ଗିଯାଇଛି । ଖବର ପାଇ ଜେନାପୁର ପୁଲିସ ଘଟଣାସ୍ଥଳରେ ପହଁଚି ଚାଳକ ସହ ଟ୍ରାକ୍ଟରକୁ ଜବତ କରି ତଦନ୍ତ ଜାରିରଖିଛି । ଚାଳକର ବେପରୁଆ ଗାଡ଼ି ଚାଳନାରୁ ଜଣେ ନିରୀହ ଦୋକାନୀଙ୍କ ଜୀବନ ଯାଇଥିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବ୍ୟବସାୟୀ ।