ସର୍ପାଘାତରେ ଶିଶୁ ମୃତ

 ବନ୍ତ: ବନ୍ତ ବ୍ଲକ୍ ଅନ୍ତର୍ଗତ ସେଣ୍ଡ୍ତୀରା ଆଦିବାସୀ ସାହିରେ ସର୍ପାଘାତରେ ଜଣେ ଶିଶୁଙ୍କ ପ୍ରାଣହାନି ଘଟିଛି  । ମୃତ ଶିଶୁ ହେଉଛି ଏହିବ୍ଲକ କାଦବରାଙ୍ଗ ପଞ୍ଚାୟତ ବନ୍ତଳା ଗ୍ରାମର ପ୍ରଦୀପ ପ୍ରଧାନଙ୍କ ପୁଅ ସିନୁ (୪)  । ସୂଚନା ମୁତାବକ, ବନ୍ତଳା ଗ୍ରାମର ପ୍ରଦୀପ ନିଜ ପନôୀ ଓ ଏକମାତ୍ର ପୁଅ ସିନୁକୁ ନେଇ  ସେଣ୍ଡ୍ତୀରା ଶ୍ୱଶୁର ଘରକୁ ଆସିଥିଲେ । ସୋମବାର ଅପରାହ୍ନରେ ବନ୍ତ ଅଞ୍ଚଳରେ ବର୍ଷା ହେବା ପରେ ପିତାମାତାଙ୍କ ସାମ୍ନାରେ ଶିଶୁଟି ଖେଳୁଥିବା ସମୟରେ ନାଗ ସର୍ପଟି ଏକ ବେଙ୍ଗକୁ ଧରିବାକୁ ଆସୁଥିବା ବେଳେ ସିନୁ ସାମ୍ନାରେ ଆସିଯାଇଥିଲା ବେଳେ ଅଣ୍ଟାକୁ ନାଗ ଚୁଟ ମାରିଥିଲା । ଏହାଦେଖି ବାପାମା’ ତାକୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିସôାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି  ।