ଅଭିଯୋଗ ପରେବି ସରକାରୀ ଜମିରୁ ହେଉନି ଜବରଦଖଲ ଉଚ୍ଛେଦ
ାା ପ୍ରଭାନୁ୍ୟଜ ।ା ବାଲିକୁଦା: ସରକାରୀ ଜମି ଜବରଦଖଲ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପରେବି ସରକାରୀ ସ୍ତରରେ କୌଣସି ତଦନ୍ତ ଆରମ୍ଭ ହୋଇନାହିଁ । ବିଜେପି ସରକାର ସମସ୍ତ ସରକାରୀ ଜବରଦଖଲ ଜମି ଉଚ୍ଛେଦ ପାଇଁ ନିଦେ୍ର୍ଦଶ ଦେବା ପରେ ଲୋକଙ୍କ ମନରେ ସରକାରୀ ଜମି ସରକାରଙ୍କୁ ଫେରିବା ନେଇ ଆଶା ସଞ୍ଚାର ହୋଇଛି ।
ଏହି କ୍ରମରେ ଯାଜପୁର ଜିଲା ଦର୍ପଣ ତହସିଲ ତଥା ବାଲିଚନ୍ଦ୍ରପୁର ସର୍କଲ ଅଧିନରେ ଥିବା ଚାରିନଙ୍ଗଳ ମୌଜାର ଝରକୂଳ ଗ୍ରାମରେ କିଛି ଜଙ୍ଗଲ ଓ ପର୍ବତ କିସମ ଜମି ଜବରଦଖଲ ହୋଇଥିବା ନେଇ ଗ୍ରାମବାସୀମାନଙ୍କ ତରଫରୁ ଉପ ଜିଲାପାଳ ଯାଜପୁର, ଖଣିଉପନିଦେ୍ର୍ଦଶକ ଯାଜପୁର,ଦର୍ପଣ ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ବାଲିଚନ୍ଦ୍ରପୁରକୁ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଚାରିନଙ୍ଗଳ ମୌଜାର ଖାତା ନଂ ୭୭୧ ଓ ପ୍ଲଟ ନଂ ୩୫୩ ଉପରେ ସେକ୍ ମହମ୍ମଦ ତାଜଉଦିନ୍ ପିତା ସେକ୍ ମହମ୍ମଦ ଫକିରଉଦିନ୍ ସରକାରୀ ଅନାବାଦୀ ଜାଗାକୁ ଜବରଦଖଲ କରି ଗୃହ ନିର୍ମଣ କରିଛନ୍ତି । ତେବେ ଏହି ପ୍ଲଟର ଆଖପାଖ ଅଞ୍ଚଳରୁ ବେଆଇନ ଭାବରେ ହଜାର ଟ୍ରିପ୍ରୁ ଊଦ୍ଧ୍ୱର୍ ମହରମ ଖନନ କରି ବିକ୍ରି କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଉକ୍ତ ବ୍ୟକ୍ତିଙ୍କୁ ଉପରୋକ୍ତ ଜବରଦଖଲ ଓ ମହରମ ଲୁଟ କାହିଁ କରୁଛ ବୋଲି ପଚାରିବାରେ ଗ୍ରାମବାସୀ ୪/୫ ଜଣଙ୍କ ନାମରେ ତାଜଉଦିନ୍ ଉପଜିଲ୍ଲାପାଳଙ୍କ ଅଦାଲତରେ ମିଶକେଶ ନଂ୧୧୭୦/୨୪ ମାମଲା କରି ପାଲଟା ଗୋଟିଚାଳନା କରି ଅଭିଯୋଗକାରୀ ମାନଙ୍କୁ ଭୟଭିତ କରାଉଛନ୍ତି । ଅପରପକ୍ଷେ ସରକାରୀ ଜମି ଜବରଦଖଲ କରି ସରକାରୀ ପ୍ଲଟ ଉପରେ କିପରି ମିଶକେଶ ଦାୟର କଲେ ଓ ଉପଜିଲ୍ଲାପାଳ ଯାଜପୁର କିପରି କେଶ ଗ୍ରହଣ କଲେ ତାହା ସମସ୍ତଙ୍କୁ ଚକିତ କରିଛି ।
ତେବେ ମୋହନ ସରକାରଙ୍କ ନିଦେ୍ର୍ଦଶପରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ହୋଇ ସରକାରୀ ଖାତାକୁ ଫେରିବ ବୋଲି ଗ୍ରାମବାସୀମାନଙ୍କ ମଧ୍ୟରେ ଆଶା ସଂଚାର ହୋଇଛି । ସମ୍ପୃକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ସର୍ବଶ୍ରୀ ସେକ୍ କଲିମୁଲ୍ଲା, ସେକ୍ ମନାନ୍, ମିର ଅଜିରୁଦ୍ଦିନ୍, ମିର ଗୟାସୁଦ୍ଦିନ୍, ମିର ଆଲ୍ଲାଉଦ୍ଦିନ୍, ସେକ୍ ସାବିରୁଦ୍ଦିନ୍, ସେକ୍ କଲାମ, ସେକ୍ ରହିମୁଦ୍ଦିନ୍, ସେକ୍ ଅବଦୁଲ ରଜାକ, ସେକ୍ ଅବଦୁଲ ବାରିକ, ସେକ୍ ଫରିଦ ମହମ୍ମଦ ପ୍ରମୁଖ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି ।