ଟ୍ରାକ୍ଟର ଓଲଟି ଜଣେ ମୃତ 

ଯାଜପୁର ଟାଉନ: ଯାଜପୁର ସଦର ଥାନା ଖଇରାବାଦ ପଞ୍ଚାୟତ କଳିନ୍ଦ୍ରାବାଦ ଗ୍ରାମ ବୁଢ଼ା ନଦୀ ବନ୍ଧ ଉପରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡ଼ିବା ଦ୍ୱାରା ଜଣେ ବ୍ୟକ୍ତିର ମୃତୁ୍ୟ ହେବା ସହ ଦୁଇଜଣ ଆହତ ହୋଇଛନ୍ତି । ମୃତକ କଳିନ୍ଦ୍ରାବାଦ ଗ୍ରାମର ନରେନ୍ଦ୍ର ନାୟକଙ୍କ ପୁଅ ଅର୍ଜୁନ ନାୟକ(୨୫) ହୋଇଥିବା ବେଳେ ଆହତ ସୌମ୍ୟ ରଞ୍ଜନ ପଣ୍ଡା ଓ ଅର୍ଜୁନ ଜେନା ବୋଲି ଜଣାପଡ଼ିଛି । ଦ୍ରୁତ ଗତିରେ ନଦୀବନ୍ଧରେ ଟ୍ରାକ୍ଟରଟି ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଟ୍ରାକ୍ଟରରେ ଥିବା ୩ଜଣ ତଳେ ଚାପି ହୋଇ ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ୩ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଅର୍ଜୁନ ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।