ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତି ହେବ ଭାରତ: ମୋଦି

ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତି ହେବ ଭାରତ: ମୋଦି(ଏଜେନ୍ସି) ନୂଆଦିଲ୍ଲୀ,: ଖୁବଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତିରେ ପରିଣତ ହେବ । ଦେଶର ଅର୍ଥନୈତିକ ଶକ୍ତି ଏବେ ଭାରତକୁ ବିଶ୍ୱର ୫ମ ସ୍ଥାନରେ ରଖିଛି । ଖୁବଶୀଘ୍ର ଏହା ତୃତୀୟ ସ୍ଥାନକୁ ଉଠିବ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି ଦ୍ୱାରା ଆୟୋଜିତ ପୋଷ୍ଟ ବଜେଟ୍ କନ୍ଫେରେନ୍ସକୁ ସମ୍ବୋଧିତ କରି ଏଭଳି କିଛି କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମୁଁ ପୂର୍ବରୁ କହିଥିଲି ଯେ ମୋର ତୃତୀୟ କାର୍ଯ୍ୟକାଳରେ ଦେଶ ତିନି ନମ୍ବର ଅର୍ଥନୀତିରେ ପରିଣତ ହେବ । ଭାରତ କ୍ରମାଗତ ଭାବରେ ଆଗକୁ ବଢ଼ୁଛି । ୨୦୧୪ରୁ ଆମକୁ ଦେଶ ସେବା କରିବାର ସୁଯୋଗ ଦେଇଛନ୍ତି ଜନତା । ଅର୍ଥନୀତି ଏବେ ଆଗକୁ ବଢ଼ୁଛି । ପୁଞ୍ଚିଗତ ବ୍ୟୟ ୧୦ ବର୍ଷ ମଧ୍ୟରେ ପାଞ୍ଚ ଗୁଣ ବଢ଼ି ୧୧.୧୧ ଲକ୍ଷ କୋଟିରେ ପହଞ୍ଚି ସାରିଲାଣି । ଗତ ୧୦ ବର୍ଷ ମଧ୍ୟରେ ମନ୍ତ୍ରଣାଳୟର ଆବଣ୍ଟନରେ ସରକାର ରେକର୍ଡ ବୃଦ୍ଧି ପାଇଥିବାବେଳେ ଟିକସ ହାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।
ଭାରତ ପ୍ରତ୍ୟେକ କ୍ଷେତ୍ରର ଅର୍ଥନୀତି ଉପରେ ଧ୍ୟାନ ଦେଉଛି । ପୂର୍ବ ସରକାର ତୁଳନାରେ ଆମ ସରକାର ରେଳ ବଜେଟକୁ ୮ ଗୁଣ ବୃଦ୍ଧି କରିଛନ୍ତି । ରାଜପଥ ବଜେଟକୁ ୮ଗୁଣ ବୃଦ୍ଧି କରାଯାଇଛି । କୃଷି ବଜେଟ୍ ୪ଗୁଣ ଓ ପ୍ରତିରକ୍ଷା ବଜେଟ୍ ୨ ଗୁଣରୁ ଅଧିକ ବୃଦ୍ଧି କରାଯାଇଛି ।
ବର୍ଷ ୨୦୧୩-୧୪ରେ ମନମୋହନ ସରକାରଙ୍କ ବଜେଟ ୧୬ ଲକ୍ଷ କୋଟିର ଥିଲା । ଆଜି ଏହା ତିନିଗୁଣ ବଢ଼ି ୪୮ ଲକ୍ଷ କୋଟିରେ ପହଞ୍ଚିଛି । ମରୁଡି, ଝଡ ବାତ୍ୟା, କରୋନା ଭଳି ସଙ୍କଟର ସାମ୍ନା କରିଛି ଭାରତ । ଯଦି ଏହ ସଙ୍କଟ ଆସି ନଥାନ୍ତା ତେବେ ଭାରତ ଆହୁରି ଅଧିକ ଉଚ୍ଚÿରେ ପହଞ୍ଚି ସାରିଥାନ୍ତା । ଗତ ୧୦ ବର୍ଷରେ ୨୫ କୋଟିରୁ ଅଧିକ ଲୋକ ଗରିବ ରେଖା ତଳୁ ଉପରକୁ ଉଠିଛନ୍ତି । ତେବେ ଆମ ଦେଶର ନାଗରିକଙ୍କ "ଇଜି ଅଫ୍ ଲିଭିଂ' ଉପରେ ଫୋକସ୍ ରଖିଥିବା ମୋଦି କହିଛନ୍ତି ।
ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଥିଲେ ଯେ ଆମ ସରକାରଙ୍କ ଉଦେ୍ଦଶ୍ୟ ଓ ପ୍ରତିବଦ୍ଧତା ସ୍ପଷ୍ଟ । ଆମେ ବିକଶିତ ଭାରତ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛୁ । ଆଜି ଭାରତ ମୋବାଇଲ୍ ଫୋନର ସର୍ବୋଚ୍ଚÿ ଉତ୍ପାଦକ ଅଟେ । ଭାରତରେ ୧.୪୦ ଲକ୍ଷ ଷ୍ଟାର୍ଟଅପ୍ ରହିଛିି  । ଆଠ କୋଟି ଲୋକ ମୁଦ୍ରା ଲୋନ୍ ସହିତ ସେମାନଙ୍କର ବ୍ୟବସାୟ ଆରମ୍ଭ କରିଛନ୍ତି । ସମଗ୍ର ବିଶ୍ୱରୁ ନିବେଶକମାନେ ଭାରତ ଆସିବାକୁ ଆଗ୍ରହୀ ଏବେ । ଶିଳ୍ପ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଓ ଆମେ ଏହାକୁ ନଷ୍ଟ କରିବା ଉଚିତ୍ ନୁହେଁ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।