ହିମାଂଶୁଙ୍କ ଅଭିଯୋଗ ଶୁଣାଣି
ଧର୍ମଶାଳା : ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଅଭିଯୋଗ ଶୁଣାଣି ମାଧ୍ୟମରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ । ଦଳୀୟ କାର୍ଯ୍ୟାଳୟରେ ବିଧାୟକ ହିମାଂଶୁ ବିଭିନ୍ନ ପଞ୍ଚାୟତରୁ ବିଭିନ୍ନ ସମସ୍ୟା ନେଇ ଆସିଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପରେ ତାରସମାଧାନ ପାଇଁ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତାଙ୍କ ପ୍ରଥମ କର୍ତ୍ତବ୍ୟ ହେବ ବୋଲି ବିଧାୟକ ହିମାଂଶୁ ପ୍ରତିଶ୍ରୁତି ଦେଇଥିଲେ ।