ନିଖିଳ ଉକôଳ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ


ାା ପ୍ରଭାନୁ୍ୟଜ୍ ।ା କେନ୍ଦୁଝର: ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟ ପରିସରରେ କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ନିଖିଳ ଉକôଳ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ ନିମନ୍ତେ ପ୍ରଧାନଶିକ୍ଷକ ବିକାଶ ଶତପଥିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ,ସମ୍ମାନିତ ଅତିଥି ଭାବେ କୃଷ୍ଣଚନ୍ଦ୍ର ଜେନା ଓ କଳ୍ପନା ମହାନ୍ତ ଯୋଗ ଦେଇଥିଲେ । ସରୋଜ କୁମାର ନନ୍ଦ ସଭାର ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମର୍ଥନ କ୍ରମେ ଶୁଆକାଟୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକାଶ ଶତପଥି ସଭାପତି ଭାବେ,ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ନନ୍ଦ ସାଧାରଣ ସଂପାଦକ ଭାବେ ମନୋନୀତ ହୋଇଥିଲେ । ଧ୍ୟାନରଞ୍ଜନ ଦାସ,ସରୋଜ କୁମାର ପୃଷ୍ଟି,ସୁଧାକର କୁଅଁର,ଦେବାଶିଷ ସାମଲ,ଲକ୍ଷ୍ମୀଧର ସାହୁ,ଦେବୀ ପ୍ରସାଦ ରାଉତ,ମଣ୍ଡଳ କୁମାର ପଣ୍ଡା,ପ୍ରତାପରୁଦ୍ର ଭୂୟାଁ,ପ୍ରଦୀପ ପ୍ରଧାନ,ବିକାଶ ପ୍ରଧାନ,ଅଭୟ କୁମାର ବାରିକ ଓ ଲାଲମୋହନ ସର୍ଦ୍ଦାରଙ୍କୁ କେନ୍ଦୁଝର ଜିଲ୍ଲାର ପ୍ରାଥମିକ ଶିକ୍ଷକ ମଣ୍ଡଳୀର ବିଭିନ୍ନ ପଦବୀ ପାଇଁ ମନୋନୀତ କରାଯାଇଥିଲା । ନିଖିଳ ଉକôଳ ପ୍ରାଥମିକ ଶିକ୍ଷକ ସଂଘର ଉପଦେଷ୍ଟା ଭାବେ ଅଜିତ କୁମାର ସାହୁ,କ୍ରିଷ୍ଣାଞ୍ଜନ ଆଚାର୍ଯ୍ୟ ଓ କଳ୍ପନା ମହାନ୍ତ ମନୋନୀତ ହୋଇଥିଲେ । ଏହି ବିଭାଗରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନଙ୍କ ଦରମା ଅସଂଗତି ଦୂର କରିବା,ଗଣଶିକ୍ଷା ବିଭାଗ ପରି କ୍ୟାଡର ରୁଲ୍ ପ୍ରଚଳନ,ଚୁକ୍ତିଭତ୍ତତ୍ତିକ ଶିକ୍ଷକମାନଙ୍କର ୬ ବର୍ଷକୁ ସେବା ଅବଧିରେ ସାମିଲ କରିବା ଆଦି ଦାବିଗୁଡିକ ପୂରଣ ପାଇଁ ଯଥାସାଧ୍ୟ ପ୍ରୟାସ କରାଯିବ ବୋଲି ସଭାପତି ଓ ସଂପାଦକ ବକ୍ତବ୍ୟ ଛଳରେ କହିଥିଲେ ।