ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ

 କେନ୍ଦୁଝର: ଚମ୍ପୁଆ ତହସିଲ ଅନ୍ତର୍ଗତ ଜ୍ୟୋତିପୁର ଲିଜ୍ ବାଲି ଘାଟ ବାହାର ଅଞ୍ଚଳରେ ୪ ମାସ ହେବ ଚୋରରେ ବାଲି ଉତ୍ତୋଳନ ଏବଂ ପରିବହନ ଚାଲିଛି । ଜ୍ୟୋତିପୁର ବାଲି ଘାଟକୁ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମାଧପୁର ଅଞ୍ଚଳର ମାନସ ମହାନ୍ତି ଲିଜ୍ ପାଇଛନ୍ତି । ଏହି ଲିଜ୍ର ଅବଧି ୫ବର୍ଷ ରହିଛି । ଜ୍ୟୋତିପୁର ବାଲି ଘାଟର ଲିଜ୍ ଅବଧି ୩୧/୦୩/୨୦୨୭ରେ ଶେଷ ହେବ । ଲିଜ୍ ଚୁକ୍ତି ଏବଂ ପରିବେଶ ମଞ୍ଜୁରୀ ଅନୁଯାୟୀ ପ୍ରତ୍ୟେକ ବର୍ଷ ୩୨୦୦ କୁ୍ୟବିକ୍ ମିଟର ବାଲି ଉତ୍ତୋଳନ ହେବ । ତେବେ ଖଣି ବିଭାଗ ନିକଟରେ ରୟାଲଟି ବାବଦ ଅର୍ଥ ଜମା ହୋଇ ନ ଥିବାରୁ ଏହି ବାଲି ଘାଟକୁ ନନ୍-ଅପରସେନ କରାଯାଇଛି । ଲିଜ୍ ବାଲି ଘାଟ ନନ୍-ଅପରେସନ ଥିଲେ ମଧ୍ୟ ଲିଜ୍ ପରିସର ଅଞ୍ଚଳରୁ ବେଧଡକ ବାଲି ଉତ୍ତୋଳନ ହେଉଛି । ଦୈନିକ ଶହ ଶହ ଟ୍ରିପ ବାଲି ଚୋରି ଚାଲିଛି । ନଦୀଗର୍ଭରେ ରାତିରେ ବାଲି ଉତ୍ତୋଳନ ହୋଇ ହାଇୱା ଗାଡିରେ ଚାଲାଣ ହେଉଛି । ବାରିଆ ପୋଲିସ ପ୍ରୋସôାହନରେ ବାଲି ଚୋରୀ ଚାଲିଥିବାରୁ ଲଘୁ ଖଣିଜ ବିଭାଗ ଚଢାଉ କରିପାରୁନାହିଁ । ବାଲି ଚୋରଙ୍କୁ ଧରିବା ପାଇଁ ପୋଲିସ ସହଯୋଗ କରୁ ନ ଥିବାରୁ ଚୋରି ବେଧଡକ ଚାଲିଛି ବୋଲି କହିଛନ୍ତି ଲଘୁ ଖଣିଜ ଅଧିକାରୀ ସୁପ୍ରଭା ନାୟକ । ୪ ମାସ ବିଭିନ୍ନ ବାଲି ଘାଟରେ ଚୋରି ଚାଲିଥିଲେ ମଧ୍ୟ ବାରିଆ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ୍ ବସିଛି । ଫଳରେ ମାଫିଆଙ୍କ ପକେଟ ଗରମ ହେଉଛି । ଆଉ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ସହୁଛନ୍ତି । ବାଲିମାଫିଆଙ୍କ ଏ କଳା ଧନ୍ଦା ଯେ, ପ୍ରଶାସନକୁ ଜଣାନାହିଁ, ତା ନୁହେଁ ମାଫିଆଙ୍କ ସହ ଗହନ ସମ୍ପର୍କ ଯୋଡି ପୋଲିସ ବାବୁ ନିଜ ଭାଗ ପାଉଛନ୍ତି । ଫଳରେ ନଦୀ ପଠାରୁ ବାଲି ଖାଲି ହେବାରେ ଲାଗିଛି, ରାଜକୋଷକୁ କିନ୍ତୁ ରାଜସ୍ୱ ଆସୁନି । ବେଆଇନ ଭାବେ ବାଲି ଉଠାଣ ଯୋଗୁଁ ନଦୀ ଶଯ୍ୟା ବିପଦରେ ପଡିବା ସହ ପରିବେଶ କ୍ଷତିଗ୍ରସ୍ତ ହେଉଛି । ସେହିପରି ଜ୍ୟୋତିପୁର ଲିଜ୍ ଘାଟ ପାଇଁ ରୟାଲଟି ଅର୍ଥ ସଂପୂର୍ଣ୍ଣ ଜମା ହୋଇନାହିଁ । ରୟାଲଟି ବାବଦ ୭୦ ଲକ୍ଷ ଟଙ୍କା ବାକି ଥିବାବେଳେ, ୪୦ଲକ୍ଷ ଟଙ୍କା ସରକାରୀ ତହବିଲରେ ଜମା ହୋଇଥିବାରୁ ଟ୍ରାନଜିଟ ପାସ ଇସୁ୍ୟ କରାଯାଉନାହିଁ ବୋଲି କହିଛନ୍ତି ଚମ୍ପୁଆ ଉପଖଣ୍ଡ ଲଘୁ ଖଣିଜ ଅଧିକାରୀ ସୁପ୍ରଭା ନାୟକ । ବାରିଆ ଥାନା ଅଞ୍ଚଳର ଜ୍ୟୋତିପୁର, ରୂପାକୁଣ୍ଡ ଏବଂ ଅନ୍ୟ କେତେକ ବାଲି ଘାଟରେ ଚୋରାରେ ବାଲି ଉତ୍ତୋଳନ ନେଇ ଥାନା ଅଧିକାରୀ ରଞ୍ଜୁ ହସିନୀ କୁଲୁଙ୍କୁ ପଚାରିବାରୁ ଅଭିଯୋଗର ଯାଞ୍ଚ କରାଯାଇ ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।