ଓଡ଼ିଆ ସମ୍ମାନ ବିଭାଗରେ ଜଗନ୍ନାଥ ଦାସଙ୍କ ଜୟନ୍ତୀ


ାା ପ୍ରଭାନୁ୍ୟଜ ।ା ବ୍ୟାସନଗର : ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗ ପକ୍ଷରୁ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅଧ୍ୟାପିକା ସୁମିତ୍ରା ରାଉତ ଅଧ୍ୟକ୍ଷତା କରି ପ୍ରଥମେ ଜଗନ୍ନାଥଦାସଙ୍କ ତୈଳଚିତ୍ରରେ ପୁଷ୍ପ ପ୍ରଦାନପୂର୍ବକ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ସଂପର୍କରେ ଆଲୋଚନା କରିଥିଲେ । ବିଭାଗୀୟ ଅଧ୍ୟାପକମଳୟ କୁମାର ମଲ୍ଲିକ ଜଗନ୍ନାଥ ଦାସ ଶ୍ରୀରାଧାଙ୍କ ସ୍ୱରୂପ ହୋଇଥିଲା ବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ସ୍ୱରୂପ ସଂପର୍କରେ ତଥ୍ୟପ୍ରଦାନ କରିଥିଲେ । ଓଡ଼ିଆମାନଙ୍କ ଜୀବନ ବେଦ କୁହାଯାଉଥିବା ଜଗନ୍ନାଥ ଦାସଙ୍କ ‘ଓଡ଼ିଆ ଭାଗବତ’ ଓଡ଼ିଆ ଭାଷାର ସମୃଦ୍ଧି କ୍ଷେତ୍ରରେ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ଝୁନୁମଣୀ ଜେନା ଜଗନ୍ନାଥ ଦାସଙ୍କ ପ୍ରସିଦ୍ଧ ସାହିତ୍ୟ କୃତୀ ଉପରେ ବକ୍ତବ୍ୟରଖୁଥିଲେ । ଏହି ଅବସରରେ ଛାତ୍ରୀ ତୁଳସୀ ସାମଲ, ପ୍ରଜ୍ଞାପରମିତା ପତି, ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମ, ସ୍ମୃତିରେଖା ସାହୁ, ସ୍ମୃତିସାରିଜା ଜେନା, ଗୀତାଞ୍ଜଳି ପତ୍ରୀ ଲିଜାରାଣୀ ରଥ, ସାଗରିକା ଜେନା, ମମତାରାଣୀ ମାଝୀ, ଭାନୁମତୀ ମଲ୍ଲିକ, ରମାରାଣୀ ମଲ୍ଲିକ, ଇତିଶ୍ରୀ ମାଝୀ, ଲିସାରାଣୀ ସାମଲ, ଦୀପାରାଣୀ ଜେନା, ସିଲି ସେଠୀ ପ୍ରମୁଖ ଜଗନ୍ନାଥ ଦାସଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତି, ଅଭାଜ୍ୟୋତି ମଲ୍ଲିକ, ମୋନାଲିସା ମଲ୍ଲିକ, ଏଲିକା ପ୍ରିୟଦର୍ଶିନୀ ବ୍ରହ୍ମଙ୍କଦ୍ୱାରା ଜଗନ୍ନାଥ ଦାସଙ୍କ ଜୀବନୀ ଉପରେ ଆଧାରିତ ସଙ୍ଗୀତପରିବେଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମନସ୍ମିତା ରାଉତ, ସୋନାଲୀ ରଣା, ମୃଣ୍ମୟୀ ତରାଇ, ପ୍ରଭାସିନୀ ପତି, ସୁପ୍ରିୟା ମହାଳିକ,ମମତାରାଣୀ ବେହେରା, ମାନିନୀ ବେହେରା, ସୁମିତ୍ରା ମଲିକ, ସାଗରିକା ଜେନା, ଅନିସା ପ୍ରିୟଦର୍ଶିନୀ ରାୟ, କମଳା ସାହୁ, ଶୁଭସ୍ମିତା ସାହୁ, ବିଜୟଲକ୍ଷ୍ମୀ ରାଉତ, ମମତା ମଲ୍ଲିକ, ଲିଜା ବିଶ୍ୱାଳ, ମୋନାଲିସା ତରେଇ, ପ୍ରୀତି ସାମଲ, ସୀତାମଣି ସୋରେନ, ଜ୍ୟୋତ୍ସ୍ନା ରାଣୀଜେନା ପ୍ରମୁଖ ତିନିଶ୍ରେଣୀର ଛାତ୍ରୀ ଯୋଗଦେଇଥିଲେ । ଛାତ୍ରୀ ସ୍ମୃତିସାରିଜା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।