କଂଗ୍ରେସର ସଂଗଠନ ସୃଜନ ଅଭିଯାନ

 ବଡ଼ସାହି  :  ବଡ଼ସାହି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ ବଡ଼ସାହି ଠାରେ ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବଡ଼ସାହି ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ସ୍ୱର୍ଗତଃ ଗୁଣନିଧି ମହାନ୍ତିଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଉକ୍ତ ବୈଠକରେ ଉପସ୍ଥିତ ଏଆଇସିସି ପର୍ଯ୍ୟବେକ୍ଷକ  ଅଖିଳେଶ ଶୁକ୍ଳା ସଂଗଠନ କିପରି ମଜବୁତ୍ ହେବ ସେ ସମ୍ପର୍କରେ ଉପସ୍ଥିତ କର୍ମୀ ଓ ନେତାଙ୍କୁ କୌଶଳ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।  ଏଥିରେ  ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର କର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ହାଁସଦା, ଯୁବ ନେତା ଶଶାଙ୍କ ଶେଖର କର, ପୂର୍ବତନ ବଡ଼ସାହି ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ବଳା, ଗତ ସାଧାରଣ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ କ୍ଷିରୋଦ ଚନ୍ଦ୍ର ପାତ୍ର, ବଡ଼ସାହି ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଦୀପ୍ତି ଭାନୁ ସେନାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଅରବିନ୍ଦ ଦାସଙ୍କ ସମେତ ଆନନ୍ଦ ଚନ୍ଦ୍ର ପାତ୍ର, ସତ୍ୟଜିତ ବେହେରା, ନଟବର ମହାନ୍ତ, ଖଗେଶ୍ୱର ବେହେରା, ସୁମନ୍ତ ପାତ୍ର, ପ୍ରଭାକର ବାରିକଙ୍କ ସମତେ ଶତାଧିକ କର୍ମୀ ଯୋଗ ଦେଇଥିଲେ ।
 ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ମା’ ଶ୍ୟାମଳାଇ ମନ୍ଦିର ପରିସରରେ  ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ କଂଗ୍ରେସ ପୂର୍ବତନ ସଭାପତି ଶିବରାମ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପଶ୍ଚିମ ପ୍ରଭାରୀ ସଚିନ ନାୟକ, ଗଞ୍ଜାମ ଜିଲ୍ଲାର ପଶ୍ଚିମ କୋଡିନେଟର ଦେବକାନ୍ତ ଶର୍ମା, ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ଜେନା, ସାନଖେମୁଣ୍ଡି ବ୍ଲକ ପୂର୍ବତନ ଚେୟାରମ୍ୟାନ ଲକ୍ଷ୍ମୀ ନାରାୟଣ ପାତ୍ର, ହିଞ୍ଜିଳିକାଟୁ ବ୍ଲକ୍ ଛାତ୍ର କଂଗ୍ରେସ ସଭାପତି ସଞ୍ଜୟ କୁମାର ସ୍ୱାଇଁ, ହିଞ୍ଜିଳିକାଟୁ କଂଗ୍ରେସ ନେତା ଜଗନ୍ନାଥ ଗୌ÷ଡ, ହିଞ୍ଜିଳି ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ, ରାମନାରାୟଣ ବିଶ୍ୱାସରାୟ  ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ । ଏହି ସଂଗଠନ ସୃଜନ ଅଭିଯାନ ଭୋଟିଂ କରାଯାଇଥିବା ବେଳେ ଆଗାମୀ ଦିନରେ ରାଜ୍ୟରେ କିପରି କଂଗ୍ରେସ ସଦୃଢ଼ ହେବ ଓ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଦଳ କିପରି ବିଜୟ ଲାଭ କରିବ ସେ ନେଇ କଂଗ୍ରେସ କମିଟି ପକ୍ଷରୁ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବ୍ଲକ୍ ପୂର୍ବତନ ସଭାପତି ପଦ୍ମଚରଣ ସାହୁ, ଆସିକା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁନାରାମ ସାବତ, ରବିନ୍ଦ୍ର କୁମାର ବୈଠାରୁ, କଳିଙ୍ଗ ମୁନି, କଂଗ୍ରେସ ଯୁବ ନେତା ପ୍ରଦୀପ କୁମାର ମହାରଣାଙ୍କ ସମେତ ୨୧ପଞ୍ଚାୟତ ଓ ମୁନିସପାଲଟିରୁ ଶତାଧିକ ସଂଖ୍ୟାର ପୁରୁଷ ଓ ମହିଳା କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ । ଶେଷରେ ମିଶ୍ରଣ ପର୍ବରେ ଛାତ୍ର ବିଜେଡି ନେତା ସବିର କୁମାର ପଣ୍ଡା କଂଗ୍ରେସରେ ଯୋଗଦାନ କରିଥିଲେ ।