ଭାଲୁ ଆକ୍ରମଣରେ ବୃଦ୍ଧ ମୃତ

 କେନ୍ଦୁଝର  : ଭାଲୁ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ହୋଇଛି । ୩ଟି ଭାଲୁ ଏକ ସଂଗେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କର ମୃତୁ୍ୟ ଘଟିଛି । କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ କୋଳିମାଟି ଗାଁ ନିକଟ ଘଟଗାଁ ସଂରକ୍ଷିତ ଜଙ୍ଗଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି କୋଳିପଶି ଗ୍ରାମର ନୁନୁ ନାଏକ(୫୫) । ଛେଳି ପାଇଁ ଡାଳ,ପତ୍ର ଆଣିବାକୁ ନିକଟସ୍ଥ ଜଙ୍ଗଲକୁ ପୁତୁରା ସିତୁନ ନାଏକ ସହିତ ଯାଇଥିବାବେଳେ ହଠାତ୍ ୩ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ପୁତୁରା ସିତୁନ ସେଠାରୁ ଖସି ପଳାଇ ଆସି ପାଟି କରିବାରୁ ନିକଟରେ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇଥିବା ଲୋକେ ତାଙ୍କର ଚିକôାର ଶୁଣି ଘଟଣାସ୍ଥଳକୁ ଆସିଥିଲେ । ହେଲେ, ସେତେବେଳେ ତାଙ୍କର ମୃତୁ୍ୟ ହୋଇ ଯାଇଥିଲା । ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ରେଞ୍ଜ ଅଧିକାରୀ ସରୋଜ ମିଶ୍ର ପ୍ରକାଶ କରିଛନ୍ତି ।