ବିଦୁ୍ୟତ୍ ଆଘାତରେ ୨ ଘୁଷୁରୀ ମୃତ

 ଯଖପୁରା: ଜେସିଡିଏଲ୍ର ବେପୁରିଆ କାର୍ଯ୍ୟ ପାଇଁ ବିଦୁ୍ୟତ୍ ଆଘାତ ଲାଗି ଦୁଇଟି ଘୁଷୁରୀର ମୃତୁ୍ୟ ଘଟିଛି । କଳିଙ୍ଗନଗର ଶିଳ୍ପାଂଚଳ ଅଧିନସ୍ଥ ଗୋପବନ୍ଧୁ ମାର୍ଗର ଟାଟା କାରଖାନା ଗେଟ୍ ନମ୍ବର ୪ ସମ୍ମୁଖରେ ଘଟଣାଟି ଘଟିଛି । କମନ୍ କରିଡ଼ର ରାସ୍ତା କେତେ ସୁରକ୍ଷିତ ଏଥିରୁ ଅନୁମେୟ ହୁଏ । ରାସ୍ତାର କଡେ କଡେ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ବିଦୁ୍ୟତ୍ ତାର ଅସୁରକ୍ଷିତ ଭାବରେ ମାଟି ଉପରେ ପଡ଼ିରହିଛି । ତାହା ପୁଣି ସଚଳ ଭାବରେ ପଡ଼ିରହିଛି । ଜେସିଡିଏଲ୍ର ମନମୁଖୀ କାର୍ଯ୍ୟ ପାଇଁ ପଶୁ ଦୁଇଟିର ପ୍ରାଣ ଯାଇଛି । କଥା ପଡ଼ିଛି ଯଦି ଏହି ବିଦୁ୍ୟତ୍ ତାର କରେଣ୍ଟରେ କୌଣସି ମଣିଷ ର ଜୀବନ ଯାଇଥାନ୍ତା ତେବେ ଏଥିପାଇଁ କିଏ ଦାୟୀ ରହିଥାନ୍ତା । ମଣିଷ ହେଉ କି ପଶୁ ସମସ୍ତଙ୍କ ଜୀବନ ମୂଲ୍ୟବାନ । ବର୍ଷା ଦିନେ ଜେସିଡିଏଲ୍ ବିଦୁ୍ୟତ୍ ଖୁଣ୍ଟ ସବୁର ମରାମତି କରୁନାହିଁ । ବାରମ୍ବାର ଅଭିଯୋଗ କରିବା ସତ୍ୱେ ଜେସିଡିଏଲ୍ ବାବୁ ମାନେ ଶୁଣୁ ନାହାଁନ୍ତି । କେଉଁଠି ଲାଇଟ୍ ମାସ ମାସ ଧରି ଜଳୁ ନାହିଁ ତ କେଉଁଠି ବିଦୁ୍ୟତ୍ ତାର ଛିଡି ମାଟି ଉପରେ ପଡିଥିବାର ଦେଖିବାକୁ ମିଳୁଛି । ପ୍ରକାଶ ଥାଉ କି ଜେସିଡିଏଲ୍ ଠାରୁ ବିଦୁ୍ୟତ୍ ଲାଇଟ୍ ସବୁର ମରାମତି କରିବା ପାଇଁ ଠିକାଦାର ପ୍ରସନ୍ନ ପରିଡାଙ୍କ ସୌଦାମିନୀ ଇଲେକ୍ଟ୍ରି ସଂସ୍ଥା ଦାଇତ୍ୱ ନେଇଛି ।