ଐତିହାସିକ ବରୁଆଁ ମେଳଣ ଉଦ୍ୟାପିତ

 ଯାଜପୁର ବ୍ଲକ୍ ଅନ୍ତର୍ଗତ ବରୁଆଁର ସର୍ବ ପୁରାତନ ଐତିହାସିକ ମେଳଣ ଉଦ୍ୟାପିତ ହୋଇଯାଇଛି । ମେଳଣ କମିଟିର ଉପସଭାପତି ଉଚ୍ଚାଳ ବିହାରୀ ଚୌଧୁରୀ ସତ୍ୟସୁନ୍ଦର ମହାପାତ୍ରଙ୍କ ସମେତ ପରିଚାଳନା କମିଟିର ସଭ୍ୟ ରମେଶ ଚନ୍ଦ୍ର ମିଶ୍ର, ବିଜନ୍ ବିହାରୀ ମହାନ୍ତି, ଚିତରଞ୍ଜନ ପଣ୍ଡା, ସୂର୍ଯନାରାୟଣ ମିଶ୍ର, ଅଶୋକ ମହାନ୍ତି, ଦେବେନ୍ଦ୍ର ମିଶ୍ର, ସୁକାନ୍ତ ବିଶ୍ୱାଳ, କୁଞ୍ଜବିହାରୀ ରାୟ, ବ୍ରଜ କିଶୋର ପାଢ଼ୀ, ଅଶ୍ୱିନୀ ବିଶ୍ୱାଳ, ଗଦାଧର ଦାସ, ପ୍ରଫୁଲ୍ଲ ବିଶ୍ୱାଳ, ନନ୍ଦ କିଶୋର ସାହୁ, ଘନଶ୍ୟାମ ରାଉତ୍, ସଚିତାନନ୍ଦ ବିଶ୍ୱାଳ, ଜିତେନ୍ଦ୍ର ଭଞ୍ଜ, ଜିତୁ ବାବୁ, ବିପିନ ବିହାରୀ ନାୟକ, ଗୌରାଙ୍ଗ ନାୟକ, ଶ୍ରୀଧର ଜେନାଙ୍କ ସମେତ ସମସ୍ତ ଠାକୁର ବାଡିଆଙ୍କ ପ୍ରତିନିଧିମାନେ ଉପସ୍ଥିତ ରହି ମେଳଣ ସୁପରିଚାଳନା କରିଥିଲେ । ଚଳିତ ବର୍ଷ ଥାନପତି ବରୁଆଁର ରାଧା ଗୋପୀନାଥ ଜୀଉ ସର୍ବପ୍ରଥମେ ଦୋଳ ମଣ୍ଡପରେ ବିଜେ ହୋଇଥିଲେ । ପୁରୁଷୋତମପୁରର ରାଧା ଗୋପାଳ ଚନ୍ଦ୍ର ଜୀଉ, ସୁଜନପୁରର ରାଧା ଗୋପୀନାଥ ଜୀଉ, ରାଧା ବୃନ୍ଦାବନ ଚନ୍ଦ୍ର ଜୀଉ, ହସନ୍ ପୁରର ରଘୁନାଥ ଜୀଉ, ଗୋପାଳ ଜୀଉ, ନରସିଂହପୁର ଦାସ ସାହିର ରାଧା ଅନନ୍ତ ଦେବ ଜୀଉ, ନୌପଡ଼ାର ରାଧା ଲକ୍ଷ୍ମୀନାରାୟଣ ଜୀଉ, ଚିତାହଟାର ରାଧା ଶ୍ୟାମସୁନ୍ଦର ଜୀଉ, ଋଷିପୁରର ଗୋପୀନାଥ ଜୀଉ, ମିର୍ଜାପୁରର ରାଧା ଶ୍ୟାମସୁନ୍ଦର, ସ୍ୱପ୍ନେଶ୍ୱରପୁରର ରାଧାକୃଷ୍ଣ ଜୀଉ, ଛତିଶ ଦେବିଲର ରାଧାକୃଷ୍ଣ, ରଧାମୋହନ, ରାଧାକାନ୍ତ, ରେକବିବଜାରର ବଳଦେବ ଜୀଉ,ଜଗନ୍ନାଥ ମଠ ହରିପୁରର ରାଧା ଗୋବିନ୍ଦ ଚନ୍ଦ୍ର,ସିମିଳିଆର ରାଧା ଶ୍ୟାମସୁନ୍ଦର ଜୀଉ, କୁଝାଲାର ରାଧାକାନ୍ତ ଗୋପୀନାଥ, ଭଅଁରାର ନନ୍ଦଲାଲ, ରୁଦ୍ରପୁରର ରାଧାକୃଷ୍ଣ ଜୀଉ, ଆଣ୍ଠୁଆ ଗୋପାଳ ଜୀଉ, କଚେରିଗାଁ ଢିଅସାହିର ରାଧା ମଦନ ମୋହନ ଜୀଉ, କଚେରିଗାଁର ରାଧା ମୋହନଙ୍କ ସମେତ ୫୦ରୁ ଅଧିକ ଠାକୁର ଦୋଳ ମଣ୍ଡପରେ ବିଜେ ହୋଇଥିଲେ ।