ଦୁର୍ଘଟଣାରେ ଯୁବ ବ୍ୟବସାୟୀ ମୃତ
ଦୁର୍ଘଟଣାରେ ଯୁବ ବ୍ୟବସାୟୀ ମୃତ ାା ପ୍ରଭାନୁ୍ୟଜ ।ା ଖଇରା,୭ା୭ : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ଗ୍ରାମର ଯୁବ ବ୍ୟବସାୟୀ ସନ୍ତୋଷ କୁମାର ମହାନ୍ତି (୩୯)ଙ୍କ ସଡକ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ନିଜ ବୁଲେଟ(ଓଡି୦୧ଏପି ୯୪୩୭)ରେ ପୁରୀରୁ ସୁନାବେଶ ଦେଖି ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଡାହାଣିଗଡିଆ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇ ପଡିଥିଲେ । ଚିକିତ୍ସା ପାଇଁ ତାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଏଭଳି ଆକସ୍ମିକ ମୃତୁ୍ୟରେ ଗଣ୍ଡିବେଡ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଗଣ୍ଡିବେଡ ବଜାର ବଣିକ ସଂଘ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି ।