ସାପ କାମୁଡାରେ ଆଖି ବୁଜିଲେ ଚାଷୀ

 ଖଇରା  : ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ଅଧୀନ ସୁଙ୍ଗୁଡା ଗ୍ରାମର ଚାଷୀ ରବିନ୍ଦ୍ର ରାଉତ ସାପ କାମୁଡାରେ ପ୍ରାଣ ହରାଇଛନ୍ତି । ସୋମବାର ପୁର୍ବାହ୍ନରେ ସେ ଜମିରେ କାମ କରୁଥିବା ବେଳେ ସାପ କାମୁଡା ଯୋଗୁଁ ଯନ୍ତ୍ରଣା ଅନୁଭବ କରିଥିଲେ । ଘରକୁ ଆସି ଏକଥା ଜଣାଇବା ପରେ ପରେ ତାଙ୍କୁ ବାନ୍ତି ହୋଇଥିଲା । ପରିବାର ଲୋକ ଓ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଯୁବନେତା ବୈକୁଣ୍ଠ ସାମଲ ଦାବି କରିଛନ୍ତି ।