ସମାଜସେବୀଙ୍କ ପରଲୋକ

 ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ସହର ୱାର୍ଡ ନମ୍ବର ୧୦ କଂସାରୀପଡାର ଧର୍ମପରାୟଣ ମହିଳା ରେଣୁକା ଯୋଶୀ(୮୫)ଙ୍କର ପରଲୋକ ହୋଇଯାଇଛି । ସେ ଜଣେ ସମାଜସେବୀ, ଧର୍ମପରାୟଣ ଓ ପରୋପକାରୀ ମହିଳା ଥିଲେ । ତାଙ୍କର ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତୁ୍ୟ ସମୟରେ ବଡ଼ ପୁଅ ଅରବିନ୍ଦ ଯୋଶୀ, ସାନ ପୁଅ ଅରୁଣ କୁମାର ଯୋଶୀ, ସମେତ ତିନିଝିଅ, ପୁତ୍ରବଧୁ  ଓ ନାତିନାତୁଣୀ ଉପସ୍ଥିତ ଥିଲେ । ସ୍ଥାନୀୟ ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା କରାଯାଇଥିବା ବେଳେ ବଡ଼ ପୁଅ ମୁଖାଗ୍ନି ଦେଇଥିଲେ ।