ଆମ୍ବୁଲାନ୍ସ ଓ ବାଇକ୍ ଧକ୍କା, ଜଣେ ମୃତ

 ରାଇଘର  : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ଠାରେ ଆମ୍ବୁଲାନ୍ସ ଧକ୍କାରେ ଜଣଙ୍କର ମୃତୁ୍ୟ ଘଟି ଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ଡୁମରଡ଼ିହି ଗ୍ରାମର ମଙ୍ଗଳ ଲୋହାର ଏବଂ ବିଜୟ ଗଣ୍ଡ ଦୁଇଜଣ ଏକ ମଟର ସାଇକେଲ ଯୋଗେ ରାଇଘରରୁ ନିଜ ଘରକୁ ଯାଉଥିବା ସମୟରେ ସାମ୍ନା ପଟ ହାଟଭରଣ୍ଡି ମେଡିକାଲରୁ ଏକ ଆମ୍ବୁଲାନ୍ସ ରାଇଘରକୁ ଆସୁଥିବାବେଳେ ଗଞ୍ଜାପାରା ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଦୁଇ ବାଇକ୍ ଆରୋହୀ ଘୋଷାଡି ହୋଇ ୧୦୦ମିଟର ଦୂରକୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ବିଜୟ ଗଣ୍ଡଙ୍କ ମୃତୁ୍ୟ ଘଟିଥିବାବେଳେ ମଙ୍ଗଳ ଲୋହରା ଆହତ ହୋଇ ରାଇଘର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ରାଇଘର ପୁଲିସ ପହଞ୍ଚô ଦୁର୍ଘଟଣା ଘଟେଇଥିବା ଆମ୍ବୁଲାନ୍ସକୁ ଜବତ କରି ଥାନାରେ ରଖି ତଦନ୍ତ ଜାରି ରଖିଛନ୍ତି ।