ପ୍ରବେଶ ଓ ଖଡ଼ିଛୁଅାଁ ଉତ୍ସବ
ଭଣ୍ଡାରିପୋଖରୀ : ଏହି ବ୍ଲକର ରହଣିଆ ପି.ଏମ.ଶ୍ରୀ. ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ପ୍ରଧାନଶିକ୍ଷକ ଦେବଦତ୍ତ ଯେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧନେଶ୍ୱର ଦାସ ମୁଖ୍ୟଅତିଥି, ସଭ୍ୟା ଅନୁସୂୟା ବାରିକ, ମୋ ସ୍କୁଲ ଅଭିଯାନ କମିଟି ଉପସଭାପତି କରୁଣାକର ତରାଇ, ବରିଷ୍ଠ ଶିକ୍ଷକ ହୃଷିକେଶ ପୃଷ୍ଟି ସମ୍ମାନିତ ଅତିଥିଭାବେ ଯୋଗଦେଇ ଶିଶୁବାଟିକା ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ପ୍ରବେଶ ଓ ଖଡିଛୁଆଁ ପାଇଁ ପୂଜା, ଝୋଟି ଆଦି ବିଭିନ୍ନ ଆୟୋଜନ କରିଥିଲେ । ସେହିପରି ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶ ଉସôବ ସମକାଳୀନ ଭାବେ ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀଙ୍କୁ ପାଠ୍ୟୋପକରଣ କିଟ୍ ବିତରଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ପରିଚାଳନା କମିଟିର ସଦସ୍ୟଗଣ ଉସôôବ ପରିଚାଳନାରେ ସହଯୋଗ କରିଥିଲେ ।