ଅଧ୍ୟାପକ ଓ ଅଭିଭାବକ ପରିଷଦ ଗଠିତ

 ପାଣିକୋଇଲି: ପିଏମ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ଯାଜପୁରର ଅଧ୍ୟାପକ ଓ ଅଭିଭାବକ ପରିଷଦ ଗଠିତ ହୋଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅଭିମନୁ୍ୟ ଭଟ୍ଟଙ୍କ ତତ୍ତ୍ୱାବଧାନରେ କମିଟି ଗଠିତ କରାଯାଇଛି । ପୁରାତନ ଅଭିଭାବକ ପରିଷଦର ସଭ୍ୟ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପୂର୍ବକ ନୂତନ ସଭ୍ୟ ମାନଙ୍କୁ ଚୟନ କରାଯାଇ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ପ୍ରଦୁ୍ୟମ୍ନ କୁମାର ମହାରଣା, ପ୍ରଦୀପ କୁମାର ମହାପାତ୍ର, ମଧୁମିତା ପରିଡା, ଅଜିତ କୁମାର ପ୍ରଧାନ, ସ୍ୱଦେଶ ବେହରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।