ନୌସେନା ହେଲିକପ୍ଟରର ଜରୁରୀକାଳୀନ ଅବତରଣ 

 ବାରିପଦା: ଭାରତୀୟ ନୈସେନା ଦିବସରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ଗାଁ ଅମରଦା ପଞ୍ଚାୟତ ଅମରଦା ଠାରେ ବିଲ ଭିତରେ ନୈସେନା ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଥିବା ଦେଖିବାକୁ ମିଳିଛି । ବିଲରେ ଚାଷୀମାନେ ଧାନ ଫସଲ କାଟୁଥିବା ସମୟରେ ଦେଖିବାକୁ ପାଇଥିଲେ ଏକ ହେଲିକପ୍ଟର ବିଲ ମଧ୍ୟରେ ଓହ୍ଲାଇ ବାକୁ ଚେଷ୍ଟା କରୁଛି । ଗୋଟିଏ ବିଲ ଭିତରେ ଓହ୍ଲାଇ ବାକୁ ଚେଷ୍ଟା କରୁଥିବା ବେଳେ ଧାନ କୁଟା ଉଡିବାରୁ ସେଠାରେ ଅବତରଣ କରି ନପାରି ଅନ୍ୟ ଏକ ଫାଙ୍କା ବିଲରେ ଅବତରଣ କରିଥିଲା । ଦୀର୍ଘ ୩୦ ମିନିଟ ଧରି ପାଇଲଟ ହେଲିକପ୍ଟରରୁ ଓହ୍ଲାଇ ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ଥିଲେ । ୪୫ ମିନିଟ ପରେ ପୁଣି ଉଡିବା ସକ୍ଷମ ହୋଇଥିଲା ନୈସେନା ହେଲିକପ୍ଟର ।