ହେଲପିଂ ହ୍ୟାଣ୍ଡସ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର


ାା ପ୍ରଭାନୁ୍ୟଜ ।ା ଦଶରଥପୁର: ସ୍ୱେଚ୍ଛାସେବୀ ଅନୁଷ୍ଠାନ ହେଲପିଂ ହ୍ୟାଣ୍ଡସ ପକ୍ଷରୁ କୟାଁଗୋଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରଟିକୁ ଦଶରଥପୁର ବ୍ଲକର ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଅନ୍ନଦା ପ୍ରସାଦ ରଣ ଉଦ୍ଘାଟନ କରିଥିବା ବେଳେ ଅତିଥିଭାବେ ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ଶିକ୍ଷାବିତ ବୈକୁଣ୍ଠନାଥ ପରିଡା, ଏସଜି କଲେଜର ଅବସରପ୍ରାପ୍ତ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ନିରାକାର ନାୟକ, କୟାଁଗୋଲା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଳମଣି ମଲ୍ଲିକ, ସରପଞ୍ଚ ମନ୍ଦାକିନୀ ମଲ୍ଲିକ, ସମିତିସଭ୍ୟ ରୋଶନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ କୁଇଜ, ବକ୍ତୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ହେଲପିଂ ହ୍ୟାଣ୍ଡସ ସଙ୍ଗଠନ ପକ୍ଷରୁ ବିଭିନ୍ନ ପ୍ରତିଭା ଧାରି ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଚିକିତ୍ସକ ଭାବେ ଡ.ରାଜେନ୍ଦ୍ର ପୃଷ୍ଟି, ବିଶିଷ୍ଟ କୃଷିବିତ ବିକ୍ରମ କୁମାର ରାଉତ, ଜୁନିଅର ଗବେଷକ ଶତରୁପା ଶତପଥି ଓ ସାହାଯ୍ୟ ପରିବାରକୁ ପ୍ରତିଭା ଅନ୍ୱେଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଯାଜପୁର ବ୍ଲଡ଼ ବ୍ୟାଙ୍କର ଅଧିକାରୀ ପାର୍ଥ ସାରଥି ପୁହାଣଙ୍କ ନେତୃତ୍ୱରେ ବ୍ଲଡ଼ ସଂଗ୍ରହ କରାଯାଇଥିବା ବେଳେ ଏହି ଶିବିରରେ ମୋଟ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସଙ୍ଗଠନର କାର୍ଯ୍ୟକର୍ତା ସିଆରସିସି ଗୌତମ ବେହେରା, ପ୍ରବିର ନାୟକ, ସ୍ଥାନୀୟ ସିଆରସିସି ପ୍ରିୟରଞ୍ଜନ ଦାସ, ବିଭୁତି ଭୂଷଣ ରଣା, ସ୍ୱରାଜ ତ୍ରିପାଠୀ, ସସ୍ମିତା ମଲ୍ଲିକ, ସୁଚିତ୍ରା ଯେନା ପ୍ରମୁଖ ସହଯୋଗ କରିଥିଲେ ।