ବୁଲୁଛି ମହାବଳ, ଲୋକେ ଭୟଭୀତ
ାା ପ୍ରଭାନୁ୍ୟଜ୍ ।ା ଆସିକା: ମାଳତୀ ରିଜେର୍ଭ ଫରେଷ୍ଟ ଓ ଆଖପାଖ ଜଙ୍ଗଲରେ ଗୋଟିଏ ରୟାଲ୍ ବେଙ୍ଗଲ ଟାଇଗର ବୁଲୁଥିବା ଜଣାଯାଇଛି । ମାଳତୀ ଜଙ୍ଗଲର ବିଞ୍ଜିଗିରୀ ନିକଟରେ ଏକ ଗୟଳକୁ ଏହି ବାଘଟି ଖାଇଥିବା ବନଭିଭାଗ ଖବର ପାଇ ଯାଇଥିଲେ ଓ ବାଘ ଉପସ୍ଥିତ ନେଇ ସୁନିଶ୍ଚିତ ହୋଇଥିଲେ । ଏବେ ବନ ବିଭାଗ ପକ୍ଷରୁ ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ୪ଟି ଟିମ ବୁଲୁଛନ୍ତି । ଏମାନେ ବାଘର ପାଦ ଚହ୍ନ ଖୋଜିବା ସହ ତାର ଗତିବିଧିର ସମ୍ପର୍କରେ ଜାଣିବାକୁ ଲାଗିଛନ୍ତି । ବାଘଟି ବାହାରେ ବୁଲୁଥିବା ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି । ତେଣୁ ବାଘକୁ କାବୁ କରିବା ପାଇଁ ଶିମିଳିପାଳ ଓ ନନ୍ଦନକାନନରୁ ଟିମ ଆସି ଟ୍ରାଙ୍କୁଲାଇଜ କରିବା ସକାଶେ ଭଞ୍ଜନଗର ଠାରେ ଡେରା ପକାଇଛନ୍ତି । ପ୍ରକାଶ ଥାଉକି ଏହି ରୟାଲ ବେଙ୍ଗଲ ଟାଇଗର ମହାରାଷ୍ଟ୍ରରୁ ପଳାଇ ଆସିଥିବା ବନବିଭାଗ ପକ୍ଷରୁ କୁହାଯାଉଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।