ଠାକୁରଙ୍କ ଜମି ହଡ଼ପ୍ : ତଦନ୍ତ ନିଦେ୍ର୍ଦଶ ଦେଲେ ଉପଜିଲ୍ଲାପାଳ

 କେନ୍ଦୁଝର: ସଦର ତହସିଲ ଅନ୍ତର୍ଗତ ସାତସିଙ୍ଗା ମୌଜାରେ ବଳଦେବଜୀଉଙ୍କ ଜାଗାରେ ବେଆଇନ ଘର ନିର୍ମାଣ ହେଉଥିବା ନେଇ ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସାତସିଙ୍ଗା ମୌଜାର ଖାତା ନମ୍ବର ୮୬/୧ ପ୍ଲଟ ନମ୍ବର ୩୪୬ରେ ଥିବା ଠାକୁଚରଙ୍କ ଜମିରେ ବେଆଇନ ଘର ନିର୍ମାଣ ହେଉଛି । ଏ ନେଇ ଅଭିଯୋଗ ହେବା ପରେ ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ସଦର ଉପ ଜିଲ୍ଲାପାଳ ଉମାଶଙ୍କର ଦଲେଇ ତଦନ୍ତ ଆଦେଶ କରିଛନ୍ତି । ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଦଳେଇ ସୂଚନା ଦେଇଛନ୍ତି । କେନ୍ଦୁଝରର ଆରାଧ୍ୟ ବଳଦେବଜୀଉଙ୍କ କୋଟି କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ଜମି ଜବର ଦଖଲ ହେଉଛି । ଦେବୋତ୍ତର ବିଭାଗ ଜାଣି ନ ଜାଣିଲା ପରି ଚୁପ୍ ବସୁଥିବାରୁ ବଡବଡିଆମାନେ ନିଜ କବ୍ଜାକୁ ଠାକୁରଙ୍କ ଜମି ଅକ୍ତିଆର କରି ଘର, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଛନ୍ତି । ଦେବୋତ୍ତର ଜମିରେ ଘର କରିବା ପରେ ବିଦୁ୍ୟତ୍ ବିଭାଗ ଲାଇନ ସଂଯୋଗ ଏବଂ ପିଏଚ୍ଡି ବିଭାଗ ପାଣି ସଂଯୋଗ କିପରି ଦେଉଛି ତାହା ତଦନ୍ତ ସାପେକ୍ଷ । ଉକ୍ତ ମୌଜାରେ ବିଭାଗୀୟ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ଏହି ଜବର ଦଖଲକାରୀମାନେ ପାଚେରୀ ବୁଲାଇ ଦେବୋତ୍ତର ଜମି ନିଜ ଅକ୍ତିଆରରେ ରଖିଛନ୍ତି ।
ସହରରେ ଅଧିକାଂଶ ଜାଗାର ସରକାରୀ ମୂଲ୍ୟ ଡେସିମିଲ ପିଛା ୪ଲକ୍ଷରୁ ଊଦ୍ଧ୍ୱର୍ ଟପିଥିବାବେଳେ ଦେବୋତ୍ତର ବିଭାଗର ଜବର ଦଖଲକାରୀଙ୍କ ଉପରେ କୌଣସି ଅଙ୍କୁଶ ନାହିଁ । ବିଶେଷ କରି ସାତସିଙ୍ଗା ମୌଜାରେ ଥିବା ମୂଲ୍ୟବାନ ଜାଗାକୁ ଜବର ଦଖଲ କରି ମୌଖିକ ଜବାବରେ ମୂଲଚାଲ କରି ମାଫିଆମାନେ ବିକ୍ରୀବଟା କରିବାକୁ ପଛାଉନାହାନ୍ତି । ନିକଟ ଅତୀତରେ ବଣିଆପାଟ ଛକ ନିକଟ ସାତଶିଙ୍ଗା ମୌଜାରେ ଏକ ମୂଲ୍ୟବାନ ଦେବୋତ୍ତର ଜାଗାରେ ଜଣେ ବ୍ୟକ୍ତି ଘର ତିଆରି କରିବା ପରେ ଉପଜିଲ୍ଲାପାଳ ନିକଟରେ ଗତ ବର୍ଷ ଜୁଲାଇ ମାସରେ ଅଭିଯୋଗ ହୋଇଥିଲା । ତେବେ ବେଆଇନ ଦଖଲକୁ ଉଚ୍ଛେଦ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିବାର ମାସାଧିକ କାଳ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନଥିବାରୁ ଜବୀଦଖଲମାରୀଙ୍କୁ ପ୍ରୋସôାହନ ମିଳୁଛି । ଦିନ ଥିଲା ଈଶ୍ୱରଙ୍କ ନାମରେ ସମର୍ପିତ କୌଣସି ଦ୍ରବ୍ୟ ଛୁଇଁବାକୁ କେହି ସାହସ କରୁନଥିଲେ । କିନ୍ତୁ  ଦିନକୁ ଦିନ ସମୟ ବଦଳୁଛି । ଏବେ ଦିଅଁଙ୍କ ଦାନ ହୁଣ୍ଡିରୁ ଚୋରି କରିବାକୁ ପଛଉ ନଥିବା ଲୋକେ । ଦିଅଁଙ୍କ ଜମି ଜବରଦଖଲ କରି ଏବେ ସହରର ବଡଲୋକି ଦେଖାଉଛନ୍ତି । ଏମିତିକି ସହରର ଅନେକ ଲୋକ ଏହି ବଳଦେବଜୀଉଙ୍କ ଜମିରେ ଘର କରି ଘର ଭଡ଼ାକୁ ବ୍ୟବସାୟ କରିଛନ୍ତି । ବିନା ଅନୁମତିରେ ଦେବୋତ୍ତର ଜମିରେ କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଛି । ପ୍ରକାଶ ଯେ, କେନ୍ଦୁଝର ସହର ବଣିଆପାଟ-ଖୁଣ୍ଟାପଡା ମୌଜାରେ ଦେବୋତ୍ତର ଜମିରେ ଜବର ଦଖଲ କରି ବହୁ ବେଆଇନ ଘର ନିର୍ମାଣ ହୋଇଛି । ପ୍ରଶାସନ ପକ୍ଷରୁ ଉକ୍ତ ଜମି ଉଚ୍ଛେଦ କରାଯାଉ ନଥିବାରୁ ବିଭାଗର ବ୍ୟାପକ କ୍ଷତି ହେଉଛି । ଏଣୁ ସେ ସବୁ ଠାକୁରଙ୍କ ଜମି ଜବର ଦଖଲ ଉଚ୍ଛେଦ କରିବାକୁ ଦାବି ହୋଇଛି । ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରି ଠାକୁରଙ୍କ ଜମିକୁ ଜବରଦଖଲ ମୁକ୍ତ କରିବା ପରିବର୍ତ୍ତେ ପୌରପାଳିକା ପକ୍ଷରୁ ହୋଲ୍ଡିଂ ନମ୍ବର ଦେଇ ରାସ୍ତା, ଡ୍ରେନ, ପାଣି, ବିଦୁ୍ୟତ୍ ଆଦି ସୁବିଧା କରାଯାଇଥିବାରୁ ଜବରଦଖଲ ବଢୁଛି । ଏ ନେଇ ପୂର୍ବରୁ ଦେବୋତ୍ତର ବିଭାଗ ପକ୍ଷରୁ ପୌରପାଳିକାକୁ ତାଗିଦ୍ କରାଯାଇଥିଲେ ମଧ୍ୟ ରାସ୍ତାଘାଟ ନିର୍ମାଣ କରାଯାଉଥିବାରୁ ଅସନ୍ତୋଷ ବଢୁଛି ।