ପୋଖରୀରେ ବୁଡି ଯୁବକ ମୃତ
ହିନେ୍ଦାଳ : ହିନେ୍ଦାଳ ବ୍ଲକ ରାସୋଳ ଥାନା ନବକିଶୋରପୁର ପଞ୍ଚାୟତ ଅନ୍ତର୍ଗତ ଖଇରାବାହାଳୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ ଖଇରାବାହାଳୀ ଗ୍ରାମର ଗୋକୁଳା ନାଏକ (୫୬) ନାମକ ଜଣେ ବ୍ୟକ୍ତି ବିଲରେ କାମ ସାରି ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ପୋଖରୀରେ ତାଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ଖବର ପାଇ ରାସୋଳ ଅଗ୍ନିଶମ ବାହିନୀ ପହଞ୍ଚô ଶବକୁ ଉଦ୍ଧାର କରି ହିନେ୍ଦାଳ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ଜଣାପଡ଼ିଛି ।