କଲେଜରୁ ନାଗ ସାପ ଉଦ୍ଧାର
ନୂଆପଡା : ମିତ୍ରପୁର ସ୍ଥିତ ସ୍ୱର୍ଣ୍ଣଚୂଡ ମହାବିଦ୍ୟାଳୟରୁ ଏକ ୫ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି । ସାପଟିକୁ ଉକ୍ତ କଲେଜର ଅଧ୍ୟାପକମାନେ କଲେଜ ସମ୍ମୁଖରେ ଦେଖିବାକୁ ପାଇଥିଲେ ଏବଂ ସାପଟି କଲେଜ ସମ୍ମୁଖରୁ ଯାଇ କଡରେ ଥିବା କିଛି ପଟା ତଳେ ପଶିଯାଇଥିଲା । ଏହା ଦେଖି କଲେଜ ଅଧ୍ୟାପକମାନେ ସ୍ନେକ୍ ହେଲପ୍ଲାଇନକୁ ଖବର ଦେଇଥିଲେ । ହେଲପ୍ଲାଇନର ସଦସ୍ୟ ହରେକୃଷ୍ଣ ରାଉତ ଘଟଣାସ୍ଥଳରେ ପହଞ୍ଚô ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।