ବୈତରଣୀରୋଡ ରେଳ ଫାଟକ; ଅପେକ୍ଷା ଦେଉଛି ଯନ୍ତ୍ରଣା
ବୈତରଣୀ ରୋଡ଼ : ପୂର୍ବତଟ ରେଳବାଇର ବୈତରଣୀ ରୋଡ଼ ରେଳଫାଟକ ଅଞ୍ଚଳବାସୀଙ୍କ ପାଇଁ ଯନ୍ତ୍ରଣା ଦାୟକ ହୋଇପଡ଼ିଛି । ପ୍ରତିଦିନ ଏହି ଫାଟକ ଅତିକ୍ରମ କରି ହଜାର ହଜାର ଲୋକ ଯାତାୟତ କରିଥାନ୍ତି । ରେଳ ଲାଇନ୍ର ଉଭୟ ପାର୍ଶ୍ୱରେ ୧୦ଗୋଟି ପଞ୍ଚାୟତର ଦୈନିକ ୨୦ ହଜାର ଲୋକଙ୍କ ନିର୍ଭରଶୀଳ ଏକମାତ୍ର ରାସ୍ତା ଅଟେ । ଷ୍ଟେସନ୍ ଲାଗିକରି ମାର୍କେଟ, ମେଡ଼ିକାଲ, ସ୍କୁଲ, କଲେଜ, ଅଗ୍ନିଶମ ବିଭାଗ, ରାଜସ୍ୱ ନିରୀକ୍ଷକ, ବ୍ୟାଙ୍କ୍, ପୋଷ୍ଟ ଅଫିସ୍ ଆଦି ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକୁ ଯାତାୟତରେ ଫାଟକ ନିକଟରେ ଅପେକ୍ଷାରେ କଷ୍ଠ ଅନୁଭବ କରିଥାନ୍ତି । ଅତ୍ୟାବଶ୍ୟକ ସ୍ଥଳେ ରୋଗୀ ମାନଙ୍କୁ ଜିଲ୍ଲା ମେଡ଼ିକାଲକୁ ଚିକିତ୍ସିତ ପାଇଁ ନେବାବେଳେ ଦୀର୍ଘ ସମୟଧରି ଅପେକ୍ଷା ରୋଗୀଙ୍କ ପରିବାର ବର୍ଗଙ୍କ ମନରେ ଭୟର ଅସନ୍ତୋଷ ଦେଖାଦେଉଛି । ଏହାସହ ଗ୍ରାମାଞ୍ଚଳରେ ଘରପୋଡି ଯାଉଥିବା ସମୟରେ ସମାନ ଅବସ୍ଥା ଦେଖାଦେଇଥାଏ । ରୋଗୀଙ୍କ ଠାରୁ ଭୋଗୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସୁବିଧାକୁ ପ୍ରାଧାନ୍ୟ ଦେଇଆସୁଥିବା ବେଳେ ରେଳଫାଟକ ଯନ୍ତ୍ରଣାରୁ ମୁକୁଳି ପାରୁନାହାନ୍ତି । ଅଞ୍ଚଳବାସୀ ଡିଆର୍ଏମଙ୍କ ଉଦେ୍ଦଶ୍ୟରେ ସମସ୍ୟା ସମ୍ବନେ୍ଧ ଦାବିପତ୍ର ଦେଇଆସୁଥିଲେ ବି ସମସ୍ୟାର ସମାଧାନ ହେଉନି । ଏବେତୃତୀୟ ରେଳ ଲାଇନ୍ କାମ ସରିବାକୁ ବସିଲାଣି । ଷ୍ଟେସନ୍ର ଉଭୟ ପଟ ଫାଟକ ସମ୍ପ୍ରସାରଣ ହେବାନେଇ ରେଳୱେ ବିଭାଗ ଲିଖିତ ଭାବେ ସରପଞ୍ଚଙ୍କ କାର୍ଯ୍ୟାଳୟକୁ ସହମତି ମାଗିଛି । ସମସ୍ୟା ଭିତ୍ତିକ ଅସୁବିଧାକୁ ଦୂର ନିମନ୍ତେ ସୁବିଧା ଜନକ ପରିସ୍ଥିତି ଅନୁଧ୍ୟାନ ପୂର୍ବକ ଓଭର ବ୍ରିଜ୍ ପ୍ରସ୍ତାବକୁ କୋରେଇ ବିଧାୟକ ଆକାଶ ଦାସ ନାୟକ ଓ ଯାଜପୁର ସାଂସଦ ରବୀନ୍ଦ୍ର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅଞ୍ଚଳବାସୀ ।