ଉଦ୍ଭିଦ ବିଜ୍ଞାନ କର୍ମଶାଳା

ତାଳଚେର: କୋଲକାତା ଓ ତାଳଚେର ସ୍ୱଂୟଶାସିତ କଲେଜ ପରିସରରେ ଉଦ୍ଭିଦ ଚିହ୍ନଟ, ଚେରମୂଳି ସଂଗ୍ରହ ବ୍ୟବସ୍ଥା ଓ ନାମପଦ୍ଧିତି ଶିର୍ଷକ ଦୁଇଦିନିଆ କର୍ମାଶାଳା ଅନୁଷ୍ଠିତ ହୋଇଥିଲା । ସର୍ବେକ୍ଷଣ ସଂସ୍ଥା ସଂଯୋଜକ ଡ. ଜେଏସ୍ ଦଲାଲ ଓ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସୁରେଶ ବେହେରାଙ୍କ ସଂଯୋଜନାରେ ଆୟୋଜିତ କର୍ମଶାଳାକୁ ଆନୁଷ୍ଠାନିକ ଭାବେ କଲେଜର ଅଧ୍ୟକ୍ଷ ମେଜର ସୁବ୍ରତ ଦାସା ଉଦ୍ଘାଟନ କରିଥିଲେ । କର୍ମଶାଳାରେ ବିଶାରଦ ରୂପେ ଯୋଗଦେଇଥିଲେ ବୈଜ୍ଞାନିକ ଡ. ଗୋପାଳ କ୍ରିଷ୍ଣନ୍, ଡ. ଶ୍ୟାମ ବିଶ୍ୱାଳ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି କର୍ମଶାଳାରେ  ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।